କନ୍ଦରପୁର କୃଷକ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା 

କଟକ ସଦର,୧୮/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର କନ୍ଦରପୁର ଠାରେ ଥିବା ଅଗ୍ରଣୀ କୃଷକ ସେବା ସମବାୟ ସମିତିର ୨୦୨୪/୨୫ ଆର୍ଥିକ ବର୍ଷର ସାଧାରଣ ସଭା ଆଜି (ବୁଧବାର) ଅପରାହ୍ନରେ ସମିତିର ସଭାଗୃହ ରେ ସଭାପତି ରାଜୀବ ଲୋଚନ ପରିଡ଼ା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଆୟ ବ୍ୟୟର ହିସାବ ପ୍ରଦାନ କରାଯାଇଥିବା ବେଳେ ନଭେମ୍ବର ସୁଦ୍ଧା ସମିତିର ୩ ହଜାର ୯ ଶହ ୩ ଜଣଙ୍କୁ ସଭ୍ୟ କରାଯାଇଛି। ସେଥିରୁ ୧୦ ହଜାର ୨୮ ଜଣଙ୍କୁ କେସିସି କାର୍ଡ ଦିଆଯାଇଥିବା ଜଣାଯାଇଛି। ସମିତି ଅଧିନରେ ଚାଲିଥିବା ମିନି ଵ୍ୟାଙ୍କ ରେ ୧୬ କୋଟି ୩୪ ଲକ୍ଷ ୯୨ ହଜାର ହଜାର ଜମା ଥିବା ବେଳେ ତାହା ବୃଦ୍ଧି ପାଇ ୨୦ କୋଟି ୯ ଲକ୍ଷ ୬୯ ହଜାର ଇନଭେଷ୍ଟ ରେ ରହି ୩ କୋଟି ୭୪ ଲକ୍ଷ ୭୭ ହଜାର ବଳକା ଭାବେ ଗଛିତ ରହିଛି। ସେହିପରି ସମିତିର ତିନି ଗୋଟି ପ୍ଲଟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଓ ଦୋକାନ ଘର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ଉଛେଦ ହେବାକୁ ଯାଉଥିବା ବେଳେ ଏଥିପାଇଁ ମିଳିବାକୁ ୧ କୋଟି ୫୮ ଲକ୍ଷ ୪ ହଜାର ୪୩୨ ଟଙ୍କା କୁ ସୁବିନିଯୋଗ କରାଯିବାକୁ ସଭାରେ ଆଲୋଚନା କରାଯାଇଥିଲା। ସେହିପରି ଗତ ୨୦୨୧ ରେ ତୋଷରପାତ ହୋଇଥିବା ୮୨ ଲକ୍ଷ ୨ ହଜାର ୯୮୦ ଟଙ୍କା ରୁ ପୂର୍ବତନ ପରିଚାଳକ ରବିନ୍ଦ୍ରନାଥ ମହାନ୍ତି ୨୧ ଲକ୍ଷ ୨୧ ହଜାର ୮୮୨ ଟଙ୍କା ବ୍ୟାଙ୍କରୁ ଫେରାଇନଥିବା ବେଳେ ଅବଶିଷ୍ଟ ଟଙ୍କା କୁ ପୂର୍ବତନ କ୍ୟାସିୟର ଫେରାଇନଥିବା ଆଲୋଚନା ରୁ ଜଣାପଡିଛି। ବ୍ୟାଙ୍କ ଓ ସମିତି ଲାଭାଂଶ ରେ ଚାଲିଥିବା ରୁ ଆନନ୍ଦ ପ୍ରକାଶ ପାଇଥିଲା। ଏଥିରେ ସମିତିର ସଭ୍ୟ/ ସଭ୍ୟା ମାନଙ୍କ ସହିତ ଉପସଭାପତି ପ୍ରମିଳା ବେହେରା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଆୟବ୍ୟୟ ସହିତ ସମସ୍ତ ବିବରଣୀ ପ୍ରଦାନ କରିବା ସହିତ ସଂପାଦକ ଧିରେନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *