ଦନ୍ତ ଚିକିତ୍ସକ ଡଃ ଏ.କେ.ଖିଲାର‌ ସମ୍ବର୍ଦ୍ଧିତ ।

କଟକ ୧୩/୧୨/୨୦୨୪ (ଓଡ଼ିଶା ସମାଚାର)- କଟକ ସି.ଡି.ଏ. ସେକ୍ଟର ୬ ସ୍ଥିତ west end dental clinic ର ବରିଷ୍ଠ ଦନ୍ତ ଚିକିତ୍ସକ ଡଃ ଅରୁଣ କୁମାର ଖିଲାର,ବିଶ୍ଵ ମାନବାଧିକାର ଦିବସ ଅବସରରେ ମାନବାଧିକାର ସୁରକ୍ଷା ପରିଷଦ,ଭାରତଙ୍କ ଦ୍ଵାରା ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି। ହୋଟେଲ ବିଶାଲ ଇନ୍ ରେ ଏକ ଭବ୍ୟ ସମାବେଶରେ ଡଃ ଖିଲାର ସମ୍ମାନନୀୟ ଜଷ୍ଟିସ ଶଶିକାନ୍ତ ମିଶ୍ର ଏବଂ ଜଷ୍ଟିସ ଏ.ଏସ୍.ନାଇଡୁ ଙ୍କ ଠାରୁ ଉପଢ଼ୌକନ ଓ ମାନପତ୍ର ଗ୍ରହଣ କରିଥିଲେ।ଏହି ସଭାରେ ବରିଷ୍ଠ ଆଡଭୋକେଟ ସରତ ଚନ୍ଦ୍ର ମହାପାତ୍ର , ସଭାପତି ଏବଂ ଆଡଭୋକେଟ ଜଗବନ୍ଧୁ ସାହୁ ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ପରିଷଦର ରାଜ୍ୟ ଚେୟାରମେନ ଶ୍ରୀଯୁକ୍ତ ବିଶ୍ଵଜିତ ମହାପାତ୍ର ଡଃ ଖିଲାରଙ୍କର ଦନ୍ତ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଡଃ ଖିଲାର ଦାନ୍ତ ଜନିତ ବିଭିନ୍ନ ସମସ୍ୟାର ଉତ୍ତମ ଚିକିତ୍ସା ସ୍ଵଳ୍ପ ମୂଲ୍ୟରେ ଯୋଗାଇ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଅନେକ ବାର ପ୍ରଶଂସିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *