କଟକ ସଦର,୩୦/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ମୃତ୍ୟୁ ପାଇଁ କଣ୍ଠଶିଳ୍ପୀ ଅର୍ପିତା ଚୈ।ଧୁରୀ ଙ୍କ ସମେତ ୯ ଜଣ ଦାୟୀ ବୋଲି ତାଙ୍କ ମା ଶେଫାଳୀ ସୁନା କଟକ କମିଶନରେଟ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ପୋଲିସ ତଦନ୍ତ ଯୋରଦାର ଆରମ୍ଭ ହୋଇଥିଲା ବେଳେ ଗିରଫ ଭୟରେ ଅଭିଯୋଗ ରେ ନାଁ ଥିବା କଣ୍ଠଶିଳ୍ପୀ ଅର୍ପିତା ଚୈ।ଧୁରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ତାଙ୍କ ସହିତ ଅନ୍ୟ ଜଣେ ସୈ।ମେଶ ଶତପଥୀ ମଧ୍ୟ ଆଗୁଆ ଜାମିନ ଆବେଦନ କରିଥିବା ଜଣାଯାଇଛି। ତେବେ ଉକ୍ତ ମାମଲାର ଶୁଣାଣି କେବେ ହେବ ତାହାର ତାରିଖ ଜଣାପଡ଼ିନଥିଵା ବେଳେ ଜାମିନ ଉପରେ ସମସ୍ତ ଙ୍କର ନଜର ରହିଛି।
