ଖୋର୍ଦ୍ଧା, ୧୮/୧୨/୨୦୨୩ (ଓଡ଼ିଶା ସମାଚାର/ ହିମାଂଶୁ ଭୁଷଣ ଚମ୍ପତିରାୟ )- ଖୋର୍ଦ୍ଧା ଟାଉନ ଥାନା ନବୀନ ବାଗ ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା । ସ୍ଥାନୀୟ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଘରେ ଜଣେ ଗ୍ରାମ୍ୟ ରୋଜଗାର ସେବକ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ସୌମ୍ୟ ରଞ୍ଜନ ମହାନା। ତାଙ୍କ ଘର ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରେ। ସେ ସ୍ଥାନୀୟ ଗଡ଼ବଡ଼ପୁଟ ପଞ୍ଚାୟତରେ ଜିଆରଏସ ଭାବେ ଚାକିରି କରିଥିଲେ। ଯୁବକ ଜଣକ ଖୋର୍ଦ୍ଧାକୁ ମଝିରେ ମଝିରେ ଆସି ସାଙ୍ଗମାନଙ୍କ ସହ ରହୁଥିଲେ। ନବୀନ ବାଗ ଅଞ୍ଚଳରେ ଘର କରିଥିବା ଜଣେ ପୂର୍ବତନ ଓଏଏସ ଅଧିକାରୀଙ୍କ ଭଡା ଘରେ ସାଙ୍ଗମାନଙ୍କ ସହ ରହୁଥିଲେ। ଗତ କାଲି ସକାଳୁ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ।
ଅପରାହ୍ନ ରେ ଦେଖିଲା ବେଳକୁ ବେକରେ ଲୁଗା ଦେଇ ଝୁଲି ପଡ଼ିଥିଲେ ସେହି ଭଡା ଘରେ । ସୂଚନା ପାଇ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା । କିନ୍ତୁ ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟା ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରେମ ବେପାରକୁ କେନ୍ଦ୍ର କରି ଏଭଳି ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ସହିତ ଥାନାରେ ସେହି ଝିଅ ଏବଂ ଆଉ ଦୁଇ ଜଣ ପୁଅଙ୍କ ନାମରେ ଥାନାରେ ଅଭିଯୋଗ ଦେଇଛନ୍ତି ।
ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ଘରେ ଜିଆରଏସଙ୍କ ଆତ୍ମହତ୍ୟା
