କେନ୍ଦ୍ରାପଡ଼ା,୨୯/୮/୨୦୨୪ (ଓଡ଼ିଶା ସମାଚାର)- ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଂଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକ ସଭାପତିତ୍ୱ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସର୍ବପ୍ରଥମେ ସ୍କୁଲର ଜାତୀୟ ସ୍ତରର ଖେଳାଳୀ ଚନ୍ଦନ ରାଉତ ଭଲିବଲ ପାଇଁ ଓ ଶୁଭ୍ରଜ୍ୟୋତି ସ୍ୱାଇଁଙ୍କୁ ଖୋ- ଖୋ ଖେଳ ପାଇଁ ଉତରୀୟ, ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ସମସ୍ତ ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମାନସୀ ମହାନ୍ତି, ମଧୁସ୍ମିତା ସାହୁ, ଶସ୍ମିତା ପ୍ରଧାନ, ସୁଜାତା ସାହୁ, ଦମୟନ୍ତି ଦାଶ, ସରୋଜିନୀ ମିଶ୍ର, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ବଗଡା ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ
