କଟକ ସଦର, ୨୪/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଅଧିନସ୍ଥ ପ୍ରହରାଜପୁର ହାଟ ପୁନରୁଦ୍ଧାର କରାଯିବା କଟକ ଜିଲ୍ଲାପାଳଙ୍କ ପ୍ରତିଶୁତି ପ୍ରହସନ ରେ ପରିଣତ ହୋଇଥିବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ ପ୍ରହରାଜପୁର ଠାରେ ଖାତା ନଂ ୧୨୪୯,ପ୍ଲଟ୍ ନଂ ୧୩୮୫ କିସମ ପ୍ରହରାଜପୁର ହାଟରେ ଚାଲିଥିବା ପୁରାତନ ହାଟ ଗତ ମହାବାତ୍ୟା ସମୟରେ କ୍ଷତିଗ୍ରସ୍ତ ହେବା ଫଳରେ କାଳକ୍ରମେ ତାହା ବନ୍ଦ ହୋଇଯାଇଥିଲା। ଏହି ସୁଯୋଗରେ କିଛି ମୁନାଫାଖୋର ଜବରଦଖଲକାରୀ ଉକ୍ତ ଜମିକୁ ବେଆଇନ ଜବରଦଖଲ କରି ନେଇଥିବା ଦେଖାଯାଇଛି। ହେଲେ ଏଵେ ଆବଶ୍ୟକତା ଦୃଷ୍ଟିରୁ ଆଖପାଖ ଚାରୋଟି ପଞ୍ଚାୟତର ଚାଷୀଙ୍କ ଜୀବିକା ପାଇଁ ଉକ୍ତ ହାଟ ପୁନରୁଦ୍ଧାର କରାଯିବା ନିମନ୍ତେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେଙ୍କୁ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ଓ ଚାଷୀମାନେ କିଶନନଗର ଠାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଅନୁରୋଧ ପତ୍ର ପ୍ରଦାନ କରିଥିଲେ।
ହେଲେ ଆଜକୁ ଦେଢ଼ ମାସ ରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ବି ଜିଲ୍ଲାପାଳ ଙ୍କ ହାଟ ଖୋଲାଯିବା ପ୍ରତିଶ୍ରୁତି ପ୍ରତିଶ୍ରୁତି ରେ ରହିଯାଇଛି। ଯେଉଁଥିପାଇଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ଚାଷୀମାନଙ୍କ ଜୀବିକା ର ଉନ୍ନତି ପାଇଁ ଯଥାଶୀଘ୍ର ଉକ୍ତ ପୁରାତନ ହାଟ ପୁନରୁଦ୍ଧାର କରିବା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ୍ ଖାଁ (ମୋତି) ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ପ୍ରହରାଜପୁର ହାଟ ପୁନରୁଦ୍ଧାର କରାଯିବା ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପ୍ରହସନ ରେ ପରିଣତ, ଅସନ୍ତୋଷ ବଢୁଛି
