ଭୁବନେଶ୍ୱର,୦୯/୧୨/୨୦୨୪(ଓଡ଼ିଶା ସମାଚାର)- ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇନ୍ ଇଣ୍ଡିଆ ଏଜୁକେଶନାଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷଣ ଶିବିର ଟ୍ରଷ୍ଟର ଷଷ୍ଠତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୟାପଲ୍ଲୀ ଭୁବନେଶ୍ୱରସ୍ଥିତ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନସାଇନ୍ ଓ ଏଏସଜି ହସ୍ପିଟାଲର ଅଭିଜ୍ଞ ଡାକ୍ତର ସହ ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡା ସେବା ମହାପାତ୍ର ରୋଗୀମାନଙ୍କୁ ସେବା ଯୋଗାଇଥିଲେ । ଏଥିରେ ୫୦୦ରୁ ଉଦ୍ଧ୍ୱର୍ ରୋଗୀମାନେ ମାଗଣା ଚିକିତ୍ସାର ସୁବିଧା ପାଇଥିଲେ । ଆଜିର ଶିବିରରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ୩୮ ନମ୍ବର ୱାର୍ଡ଼ର କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ, ୩୯ ନମ୍ବର ୱାର୍ଡ଼ର କର୍ପୋରେଟରଙ୍କ ପ୍ରତିନିଧି ବିଷ୍ଣୁ ସାହୁ ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଏଭଳି ମାନବବାଦୀ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।
ଟ୍ରଷ୍ଟର ଅଧ୍ୟକ୍ଷ ତାପସ କୁମାର ଦାସଙ୍କ ସଂଯୋଜନାରେ ଓ ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ଶିବିର ପରିଚାଳନା କରାଯାଇଥିଲା । ଏଥିରେ ଟ୍ରଷ୍ଟର ନିର୍ଦ୍ଧେଶକ କୃପାସିନ୍ଧୁ ପରିଡ଼ା, ଏନଏସବି ସ୍କୁଲ୍ ର ପ୍ରିନ୍ସିପାଲ ଧନୁର୍ଜୟ ମାହାରଙ୍କ ସହ ଅନ୍ୟ ସ୍ୱେଚ୍ଛାସେବୀ ଲବ ବେହେରା, ଦୀପକ ଜେନା, ସୁମିତ ସାମନ୍ତରାୟ, କି୍ରଷ୍ଣା ହରିଚନ୍ଦନ, ରାଜଶ୍ରୀ ଦାସ, ନରେଶ ସାହୁ, ଶ୍ରୀଧର ବେହେରା, ନିବେଦିତା ଜେନା, କସ୍ତୁରୀ ସାହୁ, ବିଷ୍ଣୁପ୍ରିୟା ରଥ, ବିନୋଦ ବିହାରୀ ଦାସ, ମିନତୀ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।