ଭୁବନେଶ୍ୱର,୦୯/୧୨/୨୦୨୪ (ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)- ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶ୍ରୟ ତରଫରୁ ଭୀମଟାଙ୍ଗୀଠାରେ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଶ୍ରୟର ପ୍ରକଳ୍ପ ଅଧିକାରୀ ନମିତା ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଶିବନାରାୟଣ ରାୟ, ମୁଖ୍ୟବକ୍ତା ଶ୍ରୀମତୀ ନଳିନୀ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସନତ ମିଶ୍ର, ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ରୋଟାରିୟାନ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ହରିଚନ୍ଦନ, ଆଡ଼ଭୋକେଟ ଶ୍ରୀଯୁକ୍ତ ବିଜୟ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ପ୍ରତି ସମ୍ବେଦନଶୀଳ ସାହାନୁଭୂତି ଓ ମମତା ଡୋରିରେ ବାନ୍ଧି ରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଦିବ୍ୟାଙ୍ଗମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଗୁଡ଼ିକ ପ୍ରକାଶ କରାଇପାରିବେ ଅତିଥିମାନେ ଆଲୋଚନା କରିଥିଲେ । ଅକ୍ଲାନ୍ତ ପରିଶ୍ରମ, ଅଦମ୍ୟ ଉତ୍ସାହ ଓ ଅତୁଟ ଆତ୍ମବିଶ୍ୱାସ ବଳରେ ତଥା ନିଜର ଅକ୍ଷମତାକୁ ଅତିକ୍ରମ କରି ବିଭିନ୍ନ ଦିଗରେ ନିଜର ବିରଳ ପରିଚୟ ସୃଷ୍ଟି କରିବା ସହ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ଦିବ୍ୟାଙ୍ଗମାନଙ୍କୁ ଆଶ୍ରୟ ଭିନ୍ନକ୍ଷମ ଦିବସରେ ସମ୍ବର୍ଦ୍ଧନା ଦେଇ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲା । ପରିଚାଳନାରେ ଦିବ୍ୟାଙ୍ଗ ନୃତ୍ୟଗୁରୁ ଶ୍ରୀ ହରିହର ଦେଓ ଓ ଯୁବ ସମାଜସେବୀ ଅଜୁ ସାହୁଙ୍କ ସମେତ ସମସ୍ତ ସ୍ୱେଚ୍ଛାସେବୀମାନେ ସାହାଯ୍ୟ ସହଯୋଗ କରିଥିଲେ । ସଭାରେ ବିଭିନ୍ନ ସ୍ଥାନରୁ ୫୦ରୁ ଉଦ୍ଧ୍ୱର୍ ଦିବ୍ୟାଙ୍ଗମାନେ ଯୋଗ ଦେଇଥିଲେ । ଉକ୍ତ ସଭାଟିକୁ ଆଶ୍ରୟ ତରଫରୁ ଶ୍ରୀଯୁକ୍ତ ଗଣେଶ କୁମାର ପ୍ରଧାନ ଉପସ୍ଥାପନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶୟ ର କର୍ମକର୍ତା ଶୀ୍ର ମତୀ ଗୀତାଞ୍ଜଳି ପୂଜାପଣ୍ଡା, ଡାକ୍ତର ପ୍ରେମାଂଞ୍ଜଳି ସାମନ୍ତରାୟ, ଦେବସିତ୍ମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଆଶ୍ରୟର ସମ୍ପାାଦକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ । ଉକ୍ତ ଭିନ୍ନକ୍ଷମ ଦିବସ ପାଳନ ପାଇଁ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସହଯୋଗ କରିଥିବାରୁ ଆଶ୍ରୟ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
ଆଶ୍ରୟ ତରଫରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ
