ଭୁବନ,୨୪/୦୮/୨୦୨୫(ଓଡ଼ିଶା ସମାଚାର)-ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ କୁମାର ଜେନା ଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ପ୍ରଦାନ କରାଯାଇଛି । ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ୍ ଫୋରମ୍ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟାପକ ଶ୍ରୀଯୁକ୍ତ ଜେନା ଙ୍କୁ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ ।
ଏହି ଘଟଣା ଜଣା ପଡ଼ିବା ପରେ କଲେଜ ରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ ପାଇଛି। ଅଧ୍ୟକ୍ଷ ଡଃ ପ୍ରଭାତ ଆଚାର୍ଯ୍ୟ ଙ୍କ ସମେତ ଅଧ୍ୟାପକ ଓ କର୍ମଚାରୀ ଶ୍ରୀଯୁକ୍ତ ଜେନା ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।ଶ୍ରୀଯୁକ୍ତ ଜେନା ଏହା ପୂର୍ବରୁ ୨୦୧୩ ରେ ଏନ୍ ଏସ ଏସ ବେଷ୍ଟ ପ୍ରୋଗ୍ରାମ ଅଫିସର ଭାବେ ,୨୦୧୭ ରେ ମହାମହିମ ରାଜ୍ୟପାଳ ଙ୍କ ଠାରୁ ସ୍କାଉଟ ରେ ରାଜ୍ୟ ସ୍ତରୀୟ ଷ୍ଟାର ସର୍ଭିସ୍ ଆୱାର୍ଡ଼ ଏବଂ ୨୦୧୮ ରେ ରାଜ୍ୟ ସ୍ତରୀୟ ୟୁଥ୍ ରେଡକ୍ରସ ସମ୍ମାନ ପ୍ରାପ୍ତ ହୋଇଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ଜେନା ଙ୍କ ଏହି ସଫଳତା ପାଇଁ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ ଓ ଉତ୍ତରୋତ୍ତର କାମନା କରାଯାଇଛି ।
