ସମାଜସେବୀ ଭାଗବତ ପ୍ରଧାନଙ୍କ ସ୍ମୃତିସଭା

 ନିଶ୍ଚିନ୍ତକୋଇଲି, ୦୯/୦୩/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନପୁର ପଞ୍ଚାୟତର ଗୋପିନାଥପୁର ଠାରେ ସମାଜସେବୀ ଭାଗବତ ପ୍ରଧାନଙ୍କ ଦ୍ଵାଦଶାହ ଅବସରରେ ଏକ ସ୍ମୃତି ସଭା ଶିକ୍ଷାବିତ୍ ତଥା ସୁସାହିତ୍ୟିକ ବିଷ୍ଣୁ ଚରଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।

ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ବିଶିଷ୍ଟ ଯାତ୍ରା କଳାକାର ଦଇତାରୀ ପଣ୍ଡା,ବଂଶୀଧର ବେହେରା,ସମାଜସେବୀ ଅନନ୍ତ କର,ଡକ୍ଟର ଗିରିଶ ସାହୁ,ଶିବ ପ୍ରସାଦ ମିଶ୍ର,ଉଲ୍ଲାସ ଚନ୍ଦ୍ର ରାଉତରାୟ,ହେମନ୍ତ କୁମାର ନନ୍ଦ,ସମାଜସେବୀ ସତ୍ୟବାଦୀ ଚଇନି,ଜ୍ଞାନ ରଞ୍ଜନ ଦାସ,ସୁକାନ୍ତ କୁମାର ନାୟକ,ଶିକ୍ଷାବିତ୍ ଭାଗବତ ପରିଡ଼ା,ସରପଞ୍ଚ ପ୍ରତିନିଧି ବିଶ୍ବରଂଜନ ନାୟକ,କବି ରଞ୍ଜନ କୁମାର ବେହେରା,ନୀଳମଣି ବାରିକ୍,ଦିଲ୍ଲୀପ ନାୟକ,ସରୋଜିନୀ ନାୟକ,ଚାରୁଲତା ପ୍ରଧାନ ପ୍ରମୁଖ ଯୋଗଦେଇ ଭାଗବତ ବାବୁ ଜଣେ ପରୋପକାରୀ,ମିଷ୍ଟଭାଷୀ,ଦରଦୀ ବନ୍ଧୁ ବୋଲି କହିଥିଲେ। ନାତୁଣୀ ଆସ୍ଥା ମିଲନ,ଅର୍ଚ୍ଚିତା,ଅର୍ପିତା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ପୁତ୍ର ତାପସ କୁମାର ପ୍ରଧାନ , ଭବେଶ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ।

ସାହିତ୍ୟିକ ବିଷ୍ଣୁ ଚରଣ ମିଶ୍ରଙ୍କ ସମ୍ପାଦନାରେ ”ସ୍ମୃତି ତୁମେ ଭାଗବତ ” ସ୍ମରଣିକାକୁ  ଅଥିତିମାନେ ଉନ୍ମୋଚିତ କରିଥିଲେ। ଅନନ୍ତ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *