ସମ୍ବଲପୁର, ୦୯/୧୨/୨୦୨୪ (ଓଡ଼ିଶା ସମାଚାର)- ମହିଳା ଙ୍କୁ ସୌନ୍ଦର୍ଯ୍ୟ ଓ ସ୍ୱାବଲମ୍ବୀ ହେବା ପାଇଁ ପର୍ଥ ଇଭେଂଟ ଓ ହରି ଓଂ ସେଲୁନ କଲେକସନ୍ ତରଫରୁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ଏହା ସହ ବିଭିନ୍ନ ପ୍ରତିଯୋଗିତା ମାନ ମଧ୍ୟ ଆୟୋଜନ କରାଯିବ । ଯୋଗ ଦେବେ ଟେଲିଭିଜନ ଜଗତର ସେଲିବ୍ରିଟି ଫଲକ ନାଜ । ଆସନ୍ତା ଡିସେମ୍ବର ୨୩ ତାରିଖ ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ
ରେ ମୋଡେଲିଙ୍ଗ, ବ୍ରାଇଡଲ ମେକଅପ, ମେହେନ୍ଦି ପ୍ରତିଯୋଗିତା, ପିଲାଙ୍କ ପାଇଁ ମିଷ୍ଟର ଏଣ୍ଡ ମିସେସ ଫେସନ ପ୍ରତିଯୋଗିତା,ସେଲିବ୍ରିଟି ଶୋ,ରାମ୍ପ ଶୋ,ବିଜିନେଓ ଆୱାର୍ଡ, ଓ ଆହୁରି ଅନେକ କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ମୋଦି ଡା ସ୍ଥିତ ରାଧାନାଥ ରଥ କମ୍ୟୁନିଟି ହଲ ରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ଭବନ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆାଯାଇଛି । କାର୍ଯ୍ୟକ୍ରମ ର ଲକ୍ଷ ରହିଛି ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ସୌନ୍ଦର୍ଯ୍ୟ ଓ ଫେସନ କୁ ବ୍ୟାପକ କରିବା ସହ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା । ଆଧୁନିକ ଯୁଗର ଫେସନ, ଜୀବନ ଶୈଳୀ, ସହ ବିଭିନ୍ନ ବିଭାଗ ରେ ଏହି କାର୍ଯ୍ୟକ୍ରମ ରେ ମହିଳା ଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ପର୍ଥ ଇଭେଂଟ ଓ ହରି ଓଂ ସେଲୁନ କଲେକସନ୍ ତରଫରୁ ଗୁଲଶନ ଗୋଲୁ, ସବିତା ସିଂ, ସାହିଦା ଖାନ, ସାଗରୀକା ମହାକୁଡ଼, ଅନାମିକା ଦେ, ପୂଜା ଚୌଧୁରୀ, ସଂଜୁ ନାୟକ, ସୁଲତାନ, ଓ ତର୍ପଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ମହିଳାଙ୍କୁ ସୌନ୍ଦର୍ଯ୍ୟ ଓ ସ୍ୱାବଲମ୍ବୀ ହେବା ପାଇଁ ପର୍ଥ ଇଭେଂଟ ଓ ହରି ଓଂ ସେଲୁନ କେଲେକସନ୍ ତରଫରୁ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ
