ଜିଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୬/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆସ୍ଥିତ ଜିଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷା ସୁଲୋଚନା ଦେଉରୀ ସଭାପତିତ୍ୱ କରିଥିଲେ । ଏଥିରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାର ଶିକ୍ଷା ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯାଇ ପାରିବ ଏବଂ ଏଥିରେ ସି.ଆର.ସି.ସି.ମାନଙ୍କ କି କି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ. ବ୍ରହ୍ମାଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଜିଲାର ସମସ୍ତ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକମାନେ ମଧ୍ୟ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ଡ. ବ୍ରହ୍ମାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଞ୍ଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭୁ ପ୍ରସାଦ ନାୟକ, ମହେନ୍ଦ୍ର କୁମାର ମାହୁନ୍ତ, ସଞ୍ଜୟ କୁମାର ବଳ, ପର୍ଶୁରାମ ନାୟକ, ରମେଶ ଚନ୍ଦ୍ର ପତି, ମଧୁସୂଦନ ସାହୁ, ଦିଲ୍ଲିପ କୁମାର ବାରିକ, ଅମୀୟ ରଂଜନ ବାରିକ, ଶ୍ରୀରାମ ଜେନା, ସଞ୍ଜୟ କୁମାର, ସେକ୍ ମହମ୍ମଦ ଗୟାସୁଦିନ ପ୍ରମୁଖ ସହଯୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *