କାର୍ୟ୍ୟନିର୍ବାହୀ ଯନ୍ତ୍ରୀ କାର୍ୟ୍ୟାଳୟ ଭବାନୀପାଟଣା ରୁ ଜୁନାଗଡ଼ ସ୍ଥାନାନ୍ତର ପାଇଁ ହାଇକୋର୍ଟ ରେ ପି ଆଇ ଏଲ ଦାଖଲ

ଜୁନାଗଡ଼ ୧୯/୧୦/୨୦୨୫ (ଓଡ଼ିଶା ସମାଚାର)- ଜୁନାଗଡ଼ ଠାରେ ଟି ପି ଡବ୍ଲୁ ଓ ଡି ଏଲ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଙ୍କ କାର୍ୟ୍ୟାଳୟ ସ୍ଥାପନ ପାଇଁ ମାନ୍ୟବର ହାଇକୋର୍ଟ ରେ ପି ଆଇ ଏଲ ( ଜନସ୍ୱାର୍ଥ ମାମଲା) ଦାଖଲ କଲେ ସମାଜସେବୀ ତଥା ବଣିକ ସଂଘ ସମ୍ପାଦକ ପ୍ରଭାତ ଦାସ ।

ବିବରଣୀ ରୁ ପ୍ରକାଶ ଯେ ବାରମ୍ବାର ପୂର୍ଵ ସରକାର ଓ ବର୍ତମାନ ର ସରକାର ଙ୍କୁ ଦାବି ପତ୍ର ଦେଲେ ସୁଦ୍ଧା କୌଣସି ଫଳ ମିଳିଲା ନାହିଁ । ଜୁନାଗଡ଼ ଠାରେ ସମସ୍ତ ଅନୁସଙ୍ଗିକ ସୁବିଧା ଥିଲେ ମଧ୍ୟ ରାଜନୈତିକ ପଶାପାଲି ରେ ଜୁନାଗଡ଼ ବଦଳ ରେ ଧର୍ମଗଡ଼ ଠାରେ ଅଫିସ କୁ ସ୍ଥାନାନ୍ତର ପାଇଁ ସରକାରୀ ଆଦେଶ ହୋଇଥିବାରୁ ବାଧ୍ୟ୍ୟ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ତ ହେଲି ବୋଲି ସମାଜସେବୀ ପ୍ରଭାତ ଦାସ କୁହନ୍ତି ।

ପ୍ରକାଶ ଥାଉ କି ଗତ ୨୦୧୩ ରେ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଜୁନାଗଡ଼ କଲମପୁର ଓ ଥୁଆମୂଳ ରାମପୁର ବାସୀ ଓ କଳାହାଣ୍ଡି ବିଦ୍ୟୁତ କର୍ମଚାରୀ ସଂଘ ପି ଆଇ ଏଲ ଦାଖଲ କରିଥିଲେ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜ ସୁବିଧା ମତେ କାର୍ୟ୍ୟାଳୟ ସ୍ଥାପନ ପାଇଁ ନିର୍ଦେଶ ଦେଇଥିଲେ ।

ଜୁନାଗଡ଼ ଠାରେ ଗ୍ରୀଡ଼ କୋ ଓ ସର୍ବାଧିକ କଂଜୁ୍ୟମର ଓ ଅଫିସ ସ୍ଥାପନ ପାଇଁ ସମସ୍ତ ସୁବିଧା ଥିବାରୁ ଜୁନାଗଡ଼ ଠାରେ ହିଁ ଅଫିସ କଲେ ସମସ୍ତ ଙ୍କୁ ସୁବିଧା ହୁଅନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି । ପି ଆଇ ଏଲ ଦାଖଲ ପରେ ନିଶ୍ଚୟ ଜୁନାଗଡ଼ ଠାରେ ଅଫିସ ହେବା ପାଇଁ ସମସ୍ତେ ଆଶାବାଦୀ । ପ୍ରଭାତ ଦାସ ଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟ ରେ ଓକିଲ ଅମିତାଭ ଦାସ, କିରଣ କୁମାର ପଟେଲ, ଅସୀମ କିଶୋର ପାଳ, ସୁଦର୍ଶନ ବାରିକ ମାମଲା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *