କଠିନ ପରିଶ୍ରମ ଏବଂ ସେବା ମନୋଭାବ ସହ ନିଜର ଦାୟିତ୍ୱକୁ ତୁଲାଇବା ପାଇଁ ଓଡ଼ିଶା ପ୍ରଶାସନିକ ସେବାର ସମସ୍ତ ଶିକ୍ଷାନବିସମାନେ ସଂକଳ୍ପବଦ୍ଧ ହେବା ଉଚିତ୍‌ – ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୦୭/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୧ ମସିହା ଓଡ଼ିଶା ପ୍ରଶାସନିକ ସେବାର ଶିକ୍ଷାନବିସମାନେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ କୁ ପରିଭ୍ରମଣରେ ଆସିଥିବା ବେଳେ ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ଶିକ୍ଷାନବିସମାନଙ୍କୁ ପ୍ରୋତ୍ସାହିତ କରିବା ସହ କହିଥିଲେ ଯେ, ପ୍ରଶାସନିକ ଅଧିକାରୀମାନେ ରାଜ୍ୟ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁବନ୍ଧ ଭଳି କାର୍ଯ୍ୟ କରିଥାନ୍ତି। ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଏବଂ ଜନାଭିମୁଖୀ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ସମାଜର ବିକାଶ ପାଇଁ କାର୍ଯ୍ୟ କରିବା ହେଉଛି ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କର କର୍ତ୍ତବ୍ୟ। ତେଣୁ କଠିନ ପରିଶ୍ରମ ଏବଂ ସେବା ମନୋଭାବ ସହ ନିଜର ଦାୟିତ୍ୱକୁ ତୁଲାଇବା ପାଇଁ ଓଡ଼ିଶା ପ୍ରଶାସନିକ ସେବାର ସମସ୍ତ ଶିକ୍ଷାନବିସମାନେ ସଂକଳ୍ପବଦ୍ଧ ହେବା ଉଚିତ୍‌ ବୋଲି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *