ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ 

 ନିରାକାରପୁର, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)-ଭାରତୀୟ ଜନତା ପାର୍ଟି,ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ତରଫରୁ ଖୋର୍ଦ୍ଧା ମ୍ୟୁନିସିପାଲଟି ର ୨୨ଟି ୱାର୍ଡରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ଖିଲମୁଣ୍ଡା ଠାକୁରାଣୀଙ୍କ ପୀଠରେ ଏକ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ନାରୀ ନେତ୍ରୀ ସୁଚିଶ୍ମିତା ମିଶ୍ର ବଡ଼ଜେନା, ଜିତେନ୍ଦ୍ର କୁମାର ବେହେରା,  ସଂଘ କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ଘଟୁଆଳ, ଯୁବ ସଙ୍ଗଠକ ପ୍ରଭାତ କୁମାର ରାଉତରାୟ,ଗୁଣନିଧି ସାହୁ , ସତ୍ୟବାନ ଶ୍ରୀଚନ୍ଦନ, ସୁକାନ୍ତ କୁମାର ସାହୁ, ନଗର ସାଧାରଣ ସଂପାଦକ ତ୍ରିଲୋଚନ ଦାସ, ୧୭ ନଂ ୱାର୍ଡ କାଉନସିଲର ଲୀନା ସ୍ୱାଇଁ, ମାନିନୀ ନାୟକ, ୧ନଂ ୱାର୍ଡର ସଙ୍ଗଠକ କାଳୁ ପଟ୍ଟନାୟକ , ୧୮ନଂ କାଉନସିଲର ବିଦୁଲତା ସାହୁ, ଖୋର୍ଦ୍ଧାନଗରର ୭ନଂ ୱାର୍ଡର ପୂର୍ବତନ କାଉନସିଲର ବୀରବର ସେଠୀ, ଆଇନିଜୀବି ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ସରକାରକୁ ହଟାଇ ଶ୍ରୀ ଖଣ୍ଡେଇତରାୟଙ୍କୁ ବିପୁଳ ବ୍ୟବଧାନରେ ବିଜୟ ପାଇଁ ସଂକଳ୍ପ କରିଥିଲେ।

Leave a Reply

Your email address will not be published. Required fields are marked *