ନିଖିଳ ଉତ୍କଳ କୈବର୍ତ୍ତ ମହାସଭା ଅନୁଷ୍ଠିତ

 ନିରାକାରପୁର, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)- ନିଖିଳ ଉତ୍କଳ କୈବର୍ତ୍ତ ମହାସଭା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାଲିପାଟ ପୁର ଜେଟିରେ ଚିଲିକା କୈବର୍ତ୍ତ ଜାଗରଣ ମହାସମାବେଶ ଅନୁଷ୍ଠିତ ହୋଇ ଯାଇଛି। ବାଲିପାଟ ପୁର,ଭୂଷଣ୍ଡ ପୁର ଓ ଜଗନ୍ନାଥ ପୁର ଗ୍ରାମବାସୀଙ୍କ ଆବାହକତ୍ୱରେ ଏହି ଜାଗରଣ ମହା ସମାବେଶ ଆୟୋଜିତ ହୋଇ ଯାଇଅଛି।ଏହି ସମାବେଶ ରେ ଚିଲିକା ଚାରିପାଖର ଖୋର୍ଦ୍ଧା. ପୁରୀ. ଗଞ୍ଜାମ ଆଦି ଆଞ୍ଚଳର କୈବର୍ତ୍ତ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ। ଚିଲିକାରେ ମାଛ ମାରି ଜୀବନ ନିର୍ବାହ କରୁଥିବା କୈବର୍ତ୍ତ ମାନଙ୍କର ଜୀବନ ଦୁର୍ବିସହ ହେଉଥିବା ବେଳେ ସେମାନଙ୍କୁ କୈବର୍ତ୍ତ ଜାତି ତାଲିକାରୁ ବାଦ ଦେବା ପାଇଁ ଦାବି ହେଉଥିବାରୁ ସମାବେଶରେ ଉଦବେଗ ପ୍ରକାଶ ପାଇଥିଲା। ରାଜ୍ୟ ର ପ୍ରିୟ ମୁଖ୍ୟମନ୍ତ୍ରୀ କୈବର୍ତ୍ତ ଭାଇ ମାନଙ୍କର ଦାବି ପ୍ରତି ସଦା ସର୍ବଦା ଗୁରତ୍ୱ ଦେଇଆସୁଥିବାରୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ମଧ୍ୟ୍ୟ ଦୃଷ୍ଟି ଦେବେ ବୋଲି ସମାବେଶରେ ନେତା ମାନେ ଗୁହାରୀ କରିଥିଲେ। ଏହା ସହ ମାଫିଆ ମାନେ ଚିଲିକାରେ ବିଭିନ୍ନ ସମୟରେ ଆସନ୍ତି ସୃଷ୍ଟି କରୁଥିବାରୁ ଚିଲିକା ପାଇଁ ସ୍ୱତନ୍ତ ନୀତି ରାଜ୍ୟ ସରକାର ପ୍ରଣୟନ କରିବାକୁ ଏହି ସମାବେଶରେ ଦାବି କରାଯାଇଥିଲା। ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ଶଶୀଭୁଷଣ ବେହେରା. ନିଖିଳ ଉତ୍କଳ କୈବର୍ତ୍ତ ମହାସଭା ର ସଭାପତି ଦେବେନ୍ଦ୍ର ବେହେରା। ସମ୍ପାଦକ ରାମଚନ୍ଦ୍ର ବେହେରା, ଉପଦେଷ୍ଟା ନାରାୟଣ ବେହେରା। ଚିଲିକା ମତ୍ସ୍ୟଜୀବୀ ମହା ସଂଘ ସଭାପତି ଶ୍ୟାମ ସୁନ୍ଦର ବେହେରା,ସମ୍ପାଦକ କାଳନ୍ଦୀ ବେହେରା, ସଂଗଠନ ସମ୍ପାଦକ ଫାଲଗୁନି ଜାଲି,ଭୂଷଣ୍ଡ ପୁର ସମିତି ସଭ୍ୟା ସୁଦୀପ୍ତା ବେହେରା,ବାଲିପାଟ ପୁର ସରପଞ୍ଚ ଭାବି ବେହେରା ପ୍ରମୁଖ ସମାବେଶରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *