ଶତାୟୁ କଳାକାର ନାଥ ସାହୁ ଓ ଧର୍ମପ୍ରାଣ ମହିଳା କୁନି ଦାସଙ୍କ ବିୟୋଗରେ ଶୋକ

ମାହାଙ୍ଗା ,୧୫/୧୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା-ଗେଙ୍ଗୁଟି ଦୁଆବ ଅଞ୍ଚଳ ସ୍ଥିତ କୁହୁଣ୍ଡା ଗ୍ରାମର ଶତାୟୁ ଧର୍ମପ୍ରାଣ ପୁରୁଷ ତଥା ଗଣକବି ବୈଷ୍ଣବ ପାଣିଙ୍କ ବହୁ ଗୀତିନାଟ୍ୟ ଓ ସୁଆଙ୍ଗରେ ଅଭିନୟ କରି ବେଶ ସୁଖ୍ୟାତି ଓ ସଫଳତା ଅର୍ଜ୍ଜନ କରିଥିବା ନାଥ ସାହୁଙ୍କ ୯୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଥିବା ବେଳେ, ସେହି ଗ୍ରାମର ଆଦିବାସୀ ବସ୍ତିରେ ରହୁଥିବା ଧର୍ମପ୍ରାଣ ମହିଳା କୁନି ଦାସଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି  ।  ଉଭୟ ପୁଣ୍ୟାତ୍ମାଙ୍କ  ମରଦେହକୁ ସେମାନଙ୍କ ଆତ୍ମୀୟ ସ୍ୱଜନ ମାନଙ୍କ ଦ୍ୱାରା ନିକଟସ୍ଥ ବିରୂପା ନଦୀ ତଟରେ ସତ୍କାର କରାଯାଇଥିଲା ।

ମଞ୍ଚ ଅଭିନେତା ସ୍ବର୍ଗତ ନାଥ ସାହୁ ଜଣେ ଶାନ୍ତ ସରଳ ସ୍ନେହୀ ଓ ଧର୍ମପ୍ରାଣ ବ୍ୟକ୍ତି ଭାବେ ସବୁଠି ପରିଚିତ ଥିବାବେଳେ,ସ୍ୱାଭିମାନୀ ମହିଳା କୁନି ଦାସ ଜଣେ ଶଙ୍ଖାରୀ ଭାବେ ଦୀର୍ଘ ବର୍ଷ ହେବ ଘରକୁ ଘର ବୁଲିବୁଲି ଶଙ୍ଖା ଓ ଚୁଡ଼ି ବିକ୍ରୀକରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ସେ ଜଣେ ମେଳାପୀ ସ୍ନେହୀ ପରୋପକାରୀ ତଥା ସ୍ୱାଭିମାନୀ ମହିଳା ଭାବେ ସବୁଠି ଆଦର ମିଳୁଥିଲା । ଏଭଳି ଏକ ଦୁଃଖଦ ଘଟଣାରେ ଗ୍ରାମର ମୁରବୀ ସର୍ବଶ୍ରୀ ଚନ୍ଦ୍ରମଣି ଦାଶ, ମୁଷିବର ପଲେଇ, ସୁନାକାର ବେହେରା, ଭାଗ୍ୟଧର ବେହେରା,ସାମାଜିକକର୍ମୀ ଅଖିଳେଶ ମହାନ୍ତି,ଅଫସର ତୁଲ୍ଲା, ଅଭିମନ୍ୟୁ ସାମଲ, ରବୀନ୍ଦ୍ର ପୃଷ୍ଟି, ସୁମନ୍ତ ପଲେଇ, ପ୍ରକାଶ ବେହେରା, ପ୍ରଦୀପ୍ତ ବିଶ୍ୱାଳ, କେଦାରେଶ୍ବର ପୁହାଣ,ଘନଶ୍ୟାମ ବେହେରା,ମାନସ ବେହେରା, ପଞ୍ଚାନନ ପଣ୍ଡା, ମନୋରଞ୍ଜନ ଲେଙ୍କା,କୃପାମୟ ବେହେରା, ଲକ୍ଷ୍ମୀଧର ବେହେରା, ସୁଶାନ୍ତ ଦାସ, ବିଜୟ ଦାଶ, ଧ୍ରୁବ ଚରଣ ଦାଶ, ମୋହିଉଦ୍ଦିନ ଖାଁ’,ନିହାର ରଞ୍ଜନ ପଣ୍ଡା, ହେମନ୍ତ ପ୍ରଧାନ,ସୁଧୀର ମହାନ୍ତି, ରଞ୍ଜନ ବଳବନ୍ତରାୟ, ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର, ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି,ଭାରତ ଭୂଷଣ ଦାସ,ଅଦୈତ ସାହୁ,ମାୟାଧର ସାହୁ,ପରମାନନ୍ଦ ସାହୁ, ତ୍ରିଲୋଚନ ସାହୁ, କାର୍ତ୍ତିକ ସାହୁ,ଗଦାଧର ସାହୁ,ଗୟାଧର ବେହେରା,ସରୋଜ ଦାସ, ଅକ୍ଷୟ ବାରିକ, ରମେଶ ମହାନ୍ତି,ଲକ୍ଷ୍ମୀଧର ପଣ୍ଡା, ସୁବାସ ଦାସ, ଜୟଦେବ ମହାନ୍ତି, ଭାଗ୍ୟଧର ମହାନ୍ତି,ବସନ୍ତ ପଣ୍ଡା, ପ୍ରଶାନ୍ତ କର,ଅଭୟ ବେହେରା,ତୁଷାରକାନ୍ତ ମହାନ୍ତି,ପ୍ରମୋଦ ମହାନ୍ତି,ସିଦ୍ଧେଶ୍ବର ବେହେରା,ଜମିରୁଦ୍ଦିନ ଖାଁ,ବାସବ ବେହେରା, ନିତ୍ୟାନନ୍ଦ ବିହାରୀ,କମ୍ମିରୁଦ୍ଦିନ ଖାଁ, ଅବଦୁଲ ମନାନ,ରଞ୍ଜନ ସାହୁ,ମହମ୍ମଦ ଅୟୁବ, ଅବଦୁଲ ହମିଦ, ମନିରୁଦ୍ଦିନ ଖାଁ, ନବକିଶୋର ବେହେରା,ଯଦୁନାଥ ବେହେରା,ରାଜା ବେହେରା,ମଧୁସୂଦନ ବେହେରା,ଶାନ୍ତନୁ ପଲେଇ, ନାରାୟଣ ଦାଶ,ଦୁଃଖିଶ୍ୟାମ ନାୟକ,ପ୍ରଭାକର ବେହେରା, ରମେଶ ବେହେରା,ଅଙ୍କୁର ବେହେରା,ତ୍ରିଲୋଚନ ବେହେରା, ଅଞ୍ଜନ ବେହେରା, ନଗେନ ବେହୁରା, ସୁଦାମ ପଲେଇ, ଦାମୋଦର ପଲେଇ, ବିଶ୍ୱନାଥ ପଲେଇ, ନଟବର ସେଠୀ, ବିଷ୍ଣୁ ବେହେରା, ସତ୍ୟାନନ୍ଦ ବେହେରା,ପ୍ରମୁଖ ଦିବଂଗତ ଶତାୟୁ ପୁରୁଷ ନାଥ ସାହୁ ଏବଂ ଧର୍ମପ୍ରାଣ ମହିଳା କୁନି ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *