ସମାଜସେବୀ ସମ୍ମାନିତ

ଯାଜପୁର ,୧୫/୧୧/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର )- ବରୀ ନିର୍ବାଚନ ମଣ୍ଡଳୀ ର ଯୁବ ସମାଜସେବୀ ସଂଗଠକ ଶ୍ରୀ ଅଶୋକ କୁମାର ବେହେରା  ଙ୍କୁ  ଜଗା ଶିଶୁ ସାହିତ୍ୟ ର ୩୦ତମ ବାର୍ଷିକ ଉତ୍ସବ ଅବସରରେ ସମ୍ମାନିତ କରାଯାଇଛି । ସମାଜସେବା କୁ ପାଥେୟ କରି ପ୍ରତ୍ୟହ ବରୀ ର ବହୁ ରୋଗୀ , ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କୁ ସେବା ଯୋଗାଇ ଶ୍ରୀ ବେହେରା ବରୀ ଅଞ୍ଚଳରେ ବର୍ତ୍ତମାନ ବେଶ ଲୋକ ପ୍ରିୟ ହୋଇପାରିଛନ୍ତି । ଆଗକୁ ଏହି କାର୍ଯ୍ୟ ଜାରି ରଖିବେ ଓ ବରୀ ବାସୀଙ୍କ ପାଇଁ ସେ ସଦାସର୍ବଦା ସେବା ଯୋଗେଇ ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *