ରଜ ମହୋତ୍ସବ ଓ ବନ୍ଧୁମିଳନ ।

କଟକ,୨୦/୬/୨୦୨୪ (ଓଡ଼ିଶା ସମାଚାର)- ଓଡିଶାର ଗଣପର୍ବ ରଜପର୍ବ ଅବସରରେ କଟକ ସହରର ଶୀତଲ  ହୋଟେଲ ଠାରେ ଯୁବ ସାମ୍ବାଦିକ ଚନ୍ଦ୍ରଶେଖର ପତିଙ୍କ ନେତୃତ୍ୱରେ ଏକ ରଜ ମହୋତ୍ସବ ଓ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସିପି ଜୋନ ୬ର ସ୍ଵସ୍ତିକ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥି‌ବା ବେଳେ ମୁଖ୍ୟବକ୍ତା ଭାବେ ରୋଟାରୀଆନ ଆଲୋକ ସାହୁ, ସମ୍ମାନିତ ଅତିଥି ଭାବେ ମଧୁପାଟଣା ଥାନାର ଥାନା ଅଧ୍ବକାରୀ ଚିତରଞ୍ଜନ ରାଉତ,ସମାଜସେବୀ ତଥା ଶିକ୍ଷାବିତ ପ୍ରିୟବ୍ରତ ମିଶ୍ର, ବଉଳକୁଦ ଗ୍ରାମ କମିଟିର ସଭାପତି ସୁବୋଧ ଦେବତା,ସମାଜସେବୀ ପ୍ରଭାତ ଦେବତା,ସମାଜସେବୀ ସମୀର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରଜ ମହୋତ୍ସବ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସନ୍ତୋଷ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *