ଭୁବନେଶ୍ୱର, ୦୩/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନରେ ବିଶିଷ୍ଟ ଇତିହାସକାର ଲେଖକ ଶ୍ରୀ ଆଶିଷ ଖୋକର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ସାକ୍ଷାତକାର ବେଳେ ଇତିହାସ, ସାହିତ୍ୟ, ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ ଏବଂ ଶେଷରେ ତାଙ୍କ ରଚିତ ତିନିଗୋଟି ପୁସ୍ତକ ଉପହାର ସ୍ୱରୂପ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ।
ବିଶିଷ୍ଟ ଇତିହାସକାର ଲେଖକ ଶ୍ରୀ ଆଶିଷ ଖୋକର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର
