ପୁଲିସ ପକ୍ଷରୁ ବେଆଇନ ଖଣିରେ ଚଢ଼ାଉ :୨ଟି ଟ୍ରକ ଜବତ ସହ ଚାଳକ ଗିରଫ

ନିରାକାରପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚାଲିଥିବା ଚୋରା ଓ ବେଆଇନ ମାଙ୍କଡା ପଥର ଓ ମୋରମ ଖଣିକୁ ସମ୍ପୂର୍ଣରୂପେ ବନ୍ଦ କରିବା ଉଦେଶ୍ୟରେ ଆଜି କିଛି ଅଞ୍ଚଳରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉବେଳେ ଓଡି-୦୨-ଏମ-୩୪୯୮, ଓ଼ଆର-୦୯-ଏଚ-୪୬ ୧୬ନମ୍ବର ବିଶିଷ୍ଟ ୨ଟି ମାଙ୍କଡା ବୋଝେଇ ଟ୍ରକକୁ ପୁଲିସ ଜବତ କରିଛି । ଅନୁରୂପଭାବେ ବିଭୁତି ଭୂଷଣ ପରମାଣିକ ଓ ପ୍ରଫୁଲ୍ଲ ଜେନା ଦ୍ୱୟ ଗାଡି ଚାଳକକୁ ପୁଲିସ ଗିରଫ କରିଛି । ଏନେଇ ୪୫୫ ଓ ୪୫୬ରେ ୨ଟି ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାଋତୁମ୍ଭରା କର ସୂଚନା ଦେଇଛନ୍ତି । ପୁଲିସ ପକ୍ଷରୁ ଏତାଦୃଶ ଚଢ଼ାଉ ଫଳରେ ଚୋରା ଖଣି ମାଫିଆ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *