ହାତୀ ମଣିଷ ଲଢେଇ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

କୋଇଡା, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ବଣାଇଁ ବନଖଣ୍ଡ ହାତୀ ବଞ୍ଚାଅ ଫାଉଣ୍ଡେଶନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ କୋଇଡା ବ୍ଲକ୍ ସେଗାସାହି ଠାରେ ଦୈନନ୍ଦିନ ଘଟୁଥିବା ହାତୀ ମଣିଷ ଲଢେଇ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପିସିସିଏଫ୍ ତଥା ଲୋକାୟୁକ୍ତ ସଦସ୍ୟ ଦେବବ୍ରତ ସ୍ୱାଇଁ ତଥା ଅନ୍ୟ ଅତିଥି ଗହଣରେ ହାତୀ ସୁରକ୍ଷା ଫାଉଣ୍ଡେଶନ ଟ୍ରଷ୍ଟ ସଦସ୍ୟ ଜିତାସତ୍ରୁ ମହାନ୍ତି, ରଜନୀକାନ୍ତ ଜେନା , ବଣାଇଁ ବନଖଣ୍ଡ ଅଧିକାରୀ ଲଲିତ କୁମାର ପାତ୍ର, ବହୁ ବନାଞ୍ଚଳ ରେଞ୍ଜ ଅଧିକାରୀ ଗଣ ,ବନ ବିଭାଗ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମ ସମ୍ଵନ୍ଧୀୟ ସମସ୍ତ ବିବରଣୀ ସ୍ଥାନୀୟ ଗ୍ରାମବାସୀ ସମ୍ମୁଖରେ ପ୍ରଦାନ କରିବା ସହ ହାତୀ ସମ୍ବନ୍ଧୀୟ ଅସୁବିଧା ବିଷୟରେ ଗ୍ରାମବାସୀ ପ୍ରଶ୍ନ କରି ତାର ସମାଧାନ ଓ ପାଉଣା ସମ୍ବନ୍ଧୀୟ ସମସ୍ତ ବିବରଣୀ ପଚାରି ବୁଝିଥିଲେ । ପରିଶେଷରେ ବନ ବିଭାଗ ଗଜସାଥୀ ସମେତ ସମସ୍ତ ଲୋକଙ୍କ ଏ ଦିଗରେ ସହୋଯୋଗ ଲୋଡିବା ସହ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *