‘ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟର ସ୍ଥିତି ସୁଦୃଢ଼’
‘ନୂତନ ଲେଖକଙ୍କ ଭୂମିକା ପ୍ରଶଂସନୀୟ’
ଭୁବନେଶ୍ୱର,୩୦/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ସାହିତ୍ୟରେ ନୂତନ ଲେଖକମାନଙ୍କ ପ୍ରବେଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲିଖିତ ରଚନାମାନ ଭାରତୀୟ ସାହିତ୍ୟରେ ଓଡ଼ିଆ ସାହିତ୍ୟର ସ୍ଥିତି ସୁଦୃଢ଼ ବୋଲି ପ୍ରମାଣ ଦିଏ । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମର୍ମରେ ଓଡ଼ିଆ ସାହିତ୍ୟରେ ନବଲିଖନର ଭୂମିକାକୁ ପ୍ରଶଂସା କରିଛନ୍ତି ।
ସ୍ଥାନୀୟ ରେଡ୍କ୍ରସ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ଯୋଗଦେଇ ଡ. ମମତା ପ୍ରିୟଦର୍ଶିନୀ ସାହୁଙ୍କ ଆଲୋଚନା ପୁସ୍ତକ ‘ସାଂପ୍ରତିକ ଓଡ଼ିଆ କବିତା: ଏକ ଅନ୍ତରଙ୍ଗ ଆକଳନ’କୁ ପାଠକାର୍ପଣ କରିଥିଲେ । ପୁସ୍ତକର ପ୍ରକାଶକ (ଶ୍ରଦ୍ଧା ପବ୍ଲିକେସନ୍, ବାଲେଶ୍ୱର) ତଥା କବି ସମରେନ୍ଦ୍ରନାଥ ମହାପାତ୍ର ଓ ଲେଖିକା ଡ. ସାହୁ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ଦ୍ୱିଭାଷୀ କବି ରାଜୁ ସାମଲ କାର୍ଯ୍ୟକ୍ରମରେ ଯୋଗଦେଇ ‘ମୋ ଜୀବନ: ମୋ ସୃଜନ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କ କବିତା ରଚନା, ପ୍ରବାସ ଅନୁଭୂତି, କବି ଜୀବନର ପ୍ରେରଣା ଓ ସାହିତ୍ୟ ଯାତ୍ରା ସଂପର୍କରେ ଅନେକ ଦୃଷ୍ଟାନ୍ତ ଦେଇ ବିସ୍ତୃତ ଉଲ୍ଲେଖ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନନ୍ଦ କିଶୋର ବିଶ୍ୱାଳ ଓ ପ୍ରଦୀପ୍ତ କୁମାର ବାରିକ ପ୍ରଶ୍ନୋତ୍ତରରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଣ କବି ଶ୍ରୀ ଆଶିଷ କୁମାର ମିଶ୍ର ‘ଏ ମାସର କବି’ ଭାବରେ ସ୍ୱରଚିତ କବିତା ପାଠ କରିଥିଲେ । ପରେ ଜୟଶ୍ରୀ ପଟ୍ଟନାୟକ ଓ ନିରୁପମା କରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଜୀବନକୃଷ୍ଣ ମିଶ୍ର, ମହେନ୍ଦ୍ର କୁମାର ମଲ୍ଲିକ, ରଜନୀକାନ୍ତ ପଟ୍ଟନାୟକ, ଅଲେଖ ଚରଣ ରାଉତ, ମିନତି ମିଶ୍ର, ବିଷ୍ଣୁପି୍ରୟା ଜେନା, ମନମୋହନ ମିଶ୍ର, ଶୈଳେନ୍ଦ୍ର ଜେନା, ପ୍ରଦ୍ୟୁମ୍ନ ପଟ୍ଟନାୟକ, ମିହିରକାନ୍ତି ଦାଶ, ସୁବ୍ରତ ରଥ, ସ୍ୱପ୍ନା ମିଶ୍ର, ଶ୍ୟାମାକିଙ୍କର ମହାନ୍ତି, ଅଖିଳ ପାଳ, ପି୍ରୟରଞ୍ଜନ ସାହୁ, ଅଜୟ ପ୍ରଧାନ, ସୁନନ୍ଦା ମିଶ୍ର, ନମିତା ପାଇକରାୟ, ନିରୁପମା ରଥ, ଇତିଶ୍ରୀ ପତି, ତାପସୀ ଦାଶ, ପୀତାମ୍ବର ଭୋଇ ପ୍ରମୁଖ କବିତା ପାଠ କରିଥିଲେ । ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।