ସେକ୍ଟର ୧୯ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

 ରାଉରକେଲା, ୩୦/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )-ସେକ୍ଟର ୧୯ ଥାନା ତରଫରୁ ଏକ ନିଃଶୁଳ୍କ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଉରକେଲା ଏସପି ନିତେଶ ୱ୍।ଦୱ୍।ନୀ ମୁଖ୍ୟ ଅତିଥି, ଡିଏସପି ପୁଷ୍ପାଞ୍ଜଳି ନେଙ୍ଗୀ ଉଦ୍ଘାଟକ ଭାବେ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ଅଦିନିଆ ବର୍ଷା ବାଧକ ସାଜିଥିଲେ ହେଁ ୪୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ୱଦୱନୀ ଓ ଉଦଘାଟକ ନେଙ୍ଗୀ ମାଡାମ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହ ସହରର ରକ୍ତାଭାବକୁ କିଛି ମାତ୍ରାରେ ଏହା ପୂରଣ କରିପାରିବ ବୋଲି ମତ ରଖିଥିଲେ। ଏହି ଭଳି କାର୍ଯ୍ୟକ୍ରମ ବିଭିନ୍ନ ଥାନା ଅଞ୍ଚଳରେ କରାଯିବା ସହ ଏଥିପାଇଁ ଜନସାଧାରଣ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ। ଥାନା ପ୍ରଭାରୀ ସାଇପ୍ରଭା ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଡାକ୍ତରଖାନା ର ଡାକ୍ତର ଏମ ସୋରେନ, କୈଳାସ ଚନ୍ଦ୍ର ଖୁଣ୍ଟିଆ, ତୃପ୍ତିମୟୀ ବେହେରା, ଦିଲ୍ଲିପ ପୋଥାଳ, ଚୈତନ୍ୟ ମାହାତୋ, ଆପୋଲୋ ହସ୍ପିଟାଲର ରୁ ପ୍ରମୋଦ କୁମାର ଦଳାଇ,ଭାରତୀ ସାହୁ,ସ୍ବପ୍ନା ମାହାତୋ,ବିରାଜିନୀ ଧନୱ୍।ର, ଆମ ପୁଲିସ ତରଫରୁ ଡ଼ଃ ସୁମନ ଦତ୍ତ, ମନୋଜ ସାହୁ, ନିହାର ଦାସ, ସନ୍ତୋଷ ସ୍ବାଇଁ, କୁଞ୍ଜବିହାରୀ ରାଉତ, ଚିତ୍ତରଞ୍ଜନ ରାଉତ ଓ ଥାନା ପକ୍ଷରୁ ଏଏସଆଇ ସୁଷମା ସାହୁ, ଏଏସଆଇ ରବିନାରାୟଣ ଦାସ, ଏଏସଆଇ ପି କେ ବାରିକ,ବିନୋଦ ବିଜୟ ମାରାଣ୍ଡି,ଜେମ୍ସ କିରୋ, ସୁରେଶ କୁଜୁର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଥାନା ପ୍ରଭାରୀ ଶ୍ରୀମତୀ ରାଉତ, ଇନ୍ସପେକ୍ଟର ବୈଦ୍ୟନାଥ ସାହୁ, କବିତା ସାହୁ, ସୁଷମା ସାହୁ, ଶ୍ରୀ ମାରାଣ୍ଡି ତଥା ଅନ୍ୟ ପୁଲିସ ଭାଇ ମାନେ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *