ବଳରାମପୁର ହତ୍ୟା ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,୨୦/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନବଳରାମପୁର ଗ୍ରାମରେ ଛୁରାଭୂଷି ହତ୍ୟା କରିଥିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଂଚାୟତର ସାରଙ୍ଗ ଗ୍ରାମର ଅକ୍ଷୟ ଖଟୁଆ ଶୁକ୍ରବାର ଅପରାହ୍ନରେ ମାର୍ଶାଘାଇରୁ ଏକ ଏସି ମରାମତି ସାରି ସାଙ୍ଗ ବଳରାମ ମହାରଣା ସହିତ ଫେରି ଟାଉନ ବଳରାମପୁର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପାଖରେଏକ ପାନ ଦୋକାନରୁ ପାନ କିଣୁଥିବା ବେଳେ ସେଠାରେ ଆଦିତ୍ୟ ପ୍ରସାଦ ବେହେରାଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ଆଦିତ୍ୟ ରାଗି ଘରକୁ ଯାଇ ଘରୁ ଏକ ଛୁରୀ ଆଣି ପ୍ରଥମେ ବଳରାନମକୁ ଆକ୍ରମଣ କରିଥିଲା । ବଳରାମ ସେଠାରୁ ଦୌଡି ପଳାଇବାରୁ ଅକ୍ଷୟକୁ ବାରମ୍ବାର ଛୁରୀ ମାରିଥିଲେ । ଫଳରେ ଘଟଣାସ୍ଥଳରେ ଅକ୍ଷୟଙ୍କ ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଜିଲା ମୁଖ୍ୟଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଥିଲେ । ଏଥିସହିତ ପୋଲିସ ଅଭିଯୁକ୍ତ ଆଦିତ୍ୟକୁ ଗିରଫ କରି ଥାନାକୁ ଆଣିଥିଲା । ଶବ ବ୍ୟବଛେଦ ପରେ ଅକ୍ଷୟଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଆଦିତ୍ୟକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *