କଟକ ସଦର , ୧୬/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ସରକାରଙ୍କ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ପକ୍ଷରୁ ପ୍ରତ୍ୟେକ କଲେଜରେ ଯୁଵ ଛାତ୍ର ମାନଙ୍କ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇଁ ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା'(ନୂଆ-ଓ) ମାଧ୍ୟମରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଶନିବାର ଦିନ କନ୍ଦରପୁର କଲେଜରେ ଏହି ୧୮ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।
ଏହି ଉପଲକ୍ଷେ ଅଧ୍ୟକ୍ଷା ପ୍ରଣତି ପଟ୍ଟନାୟକଙ୍କ ସଭାପତିତ୍ବ, ଡ଼ଃ ନମିତା ପଟ୍ଟନାୟକ ଓ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ଵାଳଙ୍କ ସଂଯୋଜନାରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ସରକାରଙ୍କ ଏହି ଯୁଵାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ
ମଧ୍ୟରେ ଡିଗ୍ରୀ କଲେଜର ଏହି ଯୋଜନାର ନୋଡାଲ ଅଫିସର ସଂଗ୍ରାମ କେଶରୀ ଜଗଦେବ, ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଫିସର ଅମୀୟ ରଞ୍ଜନ ନାୟକ, ପ୍ରଶାସନିକ ଅଧିକାରିଣୀ ଡ଼ଃ ସ୍ମିତା ମହାନ୍ତି, ଡ଼ଃ ଅଲେଖ ଚନ୍ଦ୍ର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ମଞ୍ଚସ୍ଥ
ହୋଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସମେତ ଏସ୍ ଚକ୍ରବର୍ତ୍ତୀ, ଜୀତେନ୍ଦ୍ର ସାହୁ, ବୈଦ୍ୟନାଥ ପଣ୍ଡା, ସଂଗ୍ରାମ ବେହେରା, ସଂଜୟ ସାହୁ ପ୍ରମୁଖ ସହାୟତା କରିଥିଲେ ।
କନ୍ଦରପୁର କଲେଜରେ ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା’ ଉଦଘାଟିତ
