ଫୁଲନଖରା ୨୬/୦୬/୨୦୨୫ (ଓଡ଼ିଶା ସମାଚାର)- ଫୁଲନଖରାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ତଥା ରଜତ ଜୟନ୍ତୀ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୁଣା କାଚରାମାଳସ୍ଥିତ କୁଆଖାଇ ନଦୀର ଚନ୍ଦନ ଘାଟରୁ ସଂକଳ୍ପ କରି ପ୍ରାୟ ଶତାଧିକ ମହିଳା ପାଣି ଉଠାଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ବିଦ୍ୟାଳୟରେ ଆୟୋଜିତ ଯଜ୍ଞମଣ୍ଡପରେ ପହଞ୍ଚି ଥିଲେ । ଯଜ୍ଞ କର୍ତ୍ତା ଓ କର୍ମୀ ଭାବରେ ରଜତ ଜୟନ୍ତୀ କମିଟିର ଅଧ୍ୟକ୍ଷ ସ୍ୱାଧୀନଚେତା ମହାନ୍ତି ଓ ମମତା ମହାନ୍ତି ସଂକଳ୍ପ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ରଜତ ଜୟନ୍ତି କମିଟିର ଉପାଧ୍ୟକ୍ଷ ମାନସ ରଂଜନ ପଣ୍ଡା ଏବଂ କାନନ ବିହାରି ନାୟକ, ବିଦ୍ୟାଳୟର ସଂପାଦକ ନରେନ୍ଦ୍ର କୁମାର ଦାସ, କୋଷାଧ୍ୟକ୍ଷା ସଂଗୀତା ଦାଶଙ୍କ ସମେତ ନୀଳମଣି ମହାନ୍ତି, ସୁଶାନ୍ତ କୁମାର ରଥ, ବିଶ୍ଵରଂଜନ ପଟ୍ଟନାୟକ, ରବିନ୍ଦ୍ର ନାଥ ବିଶ୍ଵାଳ, ସୁଧିର ପାତ୍ର ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କଳସ ଶୋଭାଯାତ୍ରା କମିଟିର ରୁନି ମହାରଣା, ରଞ୍ଜିତା ସାହୁ, ରାଜେଶ ନାୟକ, ନରେନ୍ଦ୍ର ସାହୁ, ବନିତା ସାହୁ, ଅନିତା ମହାନ୍ତି, କାଞ୍ଚନବାଳା ମହାରଣା, ବିଷ୍ଣୁ ମହାରଣା, ବିଜୟ କୁମାର ଭୋଳ, ସୁକାନ୍ତି ବେହେରା, ଅଶିତ ରଂଜନ ବେହେରା, ଚନ୍ଦନ ସାହୁ ଓ ପ୍ରଶାନ୍ତ ବେଉରିଆଙ୍କ ସମେତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ସହଯୋଗ କରିଥିଲେ । କଳସୀ ଧାରୀମାନେ ଯଜ୍ଞ ମଣ୍ଡପ ନିକଟରେ ଜଗନ୍ନାଥଙ୍କର ଅପୂର୍ବ ସୁନାବେଶ ଦର୍ଶନ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
