ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଦ୍ୱାରା ଉପକୃତ ହେବେ ଛାତ୍ର ଓ ଛାତ୍ରୀ ମାନେ

ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (PMKVY) ଅଧୀନରେ ଏହି ଆୟୋଜନ କରାଯାଇଛି, ଏକତା ଟ୍ରଷ୍ଟ ଏବଂ ATDC  ର ମିଳିତ ସହଯୋଗ ରେ ପ୍ରତାପ ଶାସନ ଡ଼ିଗ୍ରୀ ମହାବିଦ୍ୟାଳୟ ବାଲାକାଟି ସହିତ ସମନ୍ବୟରେ ତିନି ସହ ରୁ ଉର୍ଦ୍ଧ ଛାତ୍ର ଓ ଛାତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ରେ ଅନ୍ତର୍ଭୂକ୍ତ କରିବା ସହିତ, ସେ ମାନଙ୍କୁ ପ୍ରଶିକ୍ଷଣ ଓ ରୋଜଗାର ଷ୍ଟାଇତ୍ବ ଦେବା ଲାଗି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଥିଲା.

କଲେଜର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଏହାରେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କର ଆଗ୍ରହ ପ୍ରଦର୍ଶିତ କରିଥିଲେ। ଏହା ଯୁବ ସମ୍ପ୍ରତିକର୍ମୀ ବିକାଶ ପ୍ରଶିକ୍ଷଣ ଦେବା ଏବଂ ତାଙ୍କୁ ରୋଜଗାର ସୁଯୋଗ ସଂପାଦନ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସ୍କିଲ୍ଲ ଡେଭେଲପମେଣ୍ଟ ସଂଯୋଜକ ଶ୍ରୀ ହେମନ୍ତ କୁମାର ଦାସ ଙ୍କ ସହଯୋଗ କରିବା ସହିତ ଏକତା ଟ୍ରଷ୍ଟ ର ଅଧ୍ୟକ୍ଷା ଇଂ ଦିପ୍ତୀରେଖା ପଟ୍ଟନାୟକ, ଟ୍ରଷ୍ଟ କୁ ପରିଚାଳନା କରୁଥିବା ଟ୍ରଷ୍ଟି ଶ୍ରୀ ରବି ମହାରଣା, ସମାଜ ସେବୀ ଝିଲ୍ଲୀ ସାମନ୍ତରାୟ ଓ ଏ ଟି ଡ଼ି ସି ତରଫରୁ ପ୍ରମୁଖ  ପ୍ରଶିକ୍ଷକ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *