ସମାଜସେବୀ ସୌଦାମିନି ସାମଲଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୭/୨୦୨୬ (ଓଡ଼ିଶା ସମାଚାର)- ସମାଜସେବୀ ତଥା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଆପଦ କୁମାର ସାମଲଙ୍କ ଧର୍ମପତ୍ନୀ ସୌଦାମିନି ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଡିହବଳରାମପୁରସ୍ଥିତ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

ସମାଜସେବୀ କେଦାରନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ଆଂଚଳିକ ପାଣିପାଗ ବିଭାଗ ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ, ପ୍ରଫେସର ଡ. ଲିଙ୍ଗରାଜ ଶତପଥୀ, ଡ. ନବଘନ ପରିଡା, ଡା. ସଞ୍ଜୟ ବେହେରା, ମେଜର ଭରତ ଚନ୍ଦ୍ର ଜେନା,ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ବିଜେପି ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ, ପିସିସି ସମ୍ପାଦିକା ସଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତା ସାମଲଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଉପଲକ୍ଷେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିବା ସହିତ ସ୍ୱର୍ଗତା ସାମଲଙ୍କ ଏକ ପ୍ରତିମୂର୍ତି ଉନ୍ମୋଚିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ସମାଜସେବୀ ଦେବେନ୍ଦ୍ର ଦାସ, କଳାକାର ବଟକୃଷ୍ଣ ପାଢୀ, ଶିକ୍ଷାବିତ ଭଞ୍ଜକିଶୋର ସ୍ୱାଇଁ, ଶଶିକାନ୍ତ ନାୟକ, ଡ. ଶରତ ଚନ୍ଦ୍ର ସାହୁ, ସନାତନ ବେହେରା, ପୂର୍ବତନ ସରପଂଚ ବାସୁଦେବ ସ୍ୱାଇଁ, ଇଂ ଅଖିଳ କୁମାର ସ୍ୱାଇଁ, ପୂର୍ବତନ ସେନା ଅଧିକାରୀ ଦିଲ୍ଲିପ ଜେନା, ବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ କୁମାର ସ୍ୱାଇଁ, ପୁତ୍ର ଦିପକ କୁମାର ସାମଲ, ମୋନାଲିସା ସାମଲ, ଦିବ୍ୟାଂଶୀ ସାମଲ, ଦର୍ଶିତ ସାମଲ, ଉତ୍କଳିକା ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ସାମଲଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *