ସାଉଦି ଆରବ ର ଦମାମ ସହରରେ ସାଂସ୍କୃତିକ ଅନୁଷ୍ଠାନ “କଳିଂଗନ କେଏସଏ” ର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ଦମାମ(ସାଉଦି ଆରବ) / ଭୁବନେଶ୍ୱର, ୨୬/୧୧/୨୦୨୪ (ଓଡ଼ିଶା ସମାଚାର)- ପ୍ରବାସୀ ଓଡ଼ିଆ ମାନଙ୍କଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ “କଳିଂଗନ କେଏସଏ” ଏହାର ୭ମ ବାର୍ଷିକ ଉତ୍ସବ ଚଳିତ ମାସ ୨୨ତାରିଖରେ ସୁଦୂର ସାଉଦି ଆରବ ର ଦମାମ ସହରରେ ମହାସମାରୋହରେ ପାଳିତ ହୋଇଛି I ଓଡ଼ିଆ ସିନେ ତାରକା ସ୍ୱରାଜ ବାରିକ ଓ ସୁନାମଧନ୍ୟା କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅଥିତି ଭାବେ ଯୋଗଦେଇ ଉପସ୍ଥିତ ବିଶାଳ ଜନସମାବେଶକୁ ତାଙ୍କ ଅଭିନୟ ଓ ସଂଗୀତ ର ଯାଦୁରେ ଝୁମେଇ ଥିଲେ I ଦମାମ ହେରିଟେଜ ଭିଲେଜ ର ସୁଦୃଶ୍ୟ ସାଜସଜା ଉପସ୍ଥିତ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା I ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଶିଳ୍ପପତି ଉତ୍କଳ ଜ୍ୟୋତି ଡକ୍ଟର ଦେବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ପ୍ରାଚୀନ କଳିଙ୍ଗର ବୀର ଗାଥା ତଥା ଗୌରବଶାଳୀ ଇତିହାସକୁ ମନେପକାଇ ଓଡ଼ିଆ ଜାତିର ପ୍ରଗତି ନିମିତ୍ତ ଆହ୍ୱାନ ଦେଇଥିଲେ I କଳିଙ୍ଗନ ସଂଗଠନର କୋର କମିଟି ର ସଦସ୍ୟ ମାନଙ୍କର ଅବିଶ୍ରାନ୍ତ ଯୋଗଦାନ ଯୋଗୁ ଉକ୍ତ ବାର୍ଷିକ ଉତ୍ସବ ସଫଳ ହୋଇଛି I କଳିଂଗନର କୁନିକୁନି ଓ ବଡ କଳାକାର ମାନଙ୍କଦ୍ୱାରା ପରିବେଷିତ ନୃତ୍ୟ, ଗୀତ ଓ ହାସ୍ୟ ଅଭିନୟ ଉପସ୍ଥିତ ଦର୍ଶକମାନଙ୍କୁ ଅଭିଭୂତ କରିଥିଲା I କଳିଙ୍ଗନ ର ମୁଖ୍ୟ ସଂଯୋଜକ ଶ୍ରୀମାନ ରଞ୍ଜନ ରଥ ଓ କଳିଂଗ କୋର କମିଟି ର ସଦସ୍ୟ ଶ୍ରୀମାନ ଜ୍ୟୋତିର୍ମୟ ଦାଶ ମଂଚ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ I ସାଂସ୍କୃତିକ ସଂଯୋଜକ ଶ୍ରୀମାନ ପ୍ରୀତମ ମହାନ୍ତିଙ୍କ ସହଯୋଗରେ କଳିଂଗନ ମଞ୍ଚର ସୁଦୃଶ୍ୟ ଅଡିଓ ଭିଜୁଆଲ୍ ଓ ଆଲୋକ ବ୍ୟବସ୍ତା ଉପସ୍ଥିତ ଦର୍ଶକମାନଙ୍କୁ ଚମତ୍କୃତ କରିଥିଲା I ଉକ୍ତ ଉତ୍ସବରେ “ଓଡ଼ିଆ ଅସ୍ମିତା”ନାମକ ଖୁଦ୍ର ଚଳଚ୍ଚିତ୍ର ଓ କଳିଂଗନ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “କଳିଂଗନ-୨୦୨୪” ପତ୍ରିକା ର ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମ ମଧ୍ୟଭାଗରେ ବହୁବିଧ ସ୍ୱାଦିଷ୍ଟ ଓଡ଼ିଆ ଭୋଜନ ପରିବେଷଣ କରାଯାଇଥିଲା  I କାର୍ଯ୍ୟକ୍ରମ ଶେଷରେ କଳିଂଗନ କୋର କମିଟି ର ପ୍ରମୁଖ ସଦସ୍ୟବୃନ୍ଦ ସନ୍ତୋଷ ଦାସ, ବିଶ୍ୱରଞ୍ଜନ ସାହୁ, ଦିଗମ୍ବର ମହାଖୁଡ଼, ବସନ୍ତ ସାହୁ, ଇମିତିଆଜ ଅଲି, ସୂର୍ଯ୍ୟକାନ୍ତ ଦାସ, ପଦାରବିନ୍ଦ ମହାନ୍ତି, ଶିଶିର ଅଗଷ୍ଟିନ, ଶେଖ ସରାଫତ କଳିଂଗନ ବାର୍ଷିକ ଉତ୍ସବର ସଫଳତା ପାଇଁ ସମସ୍ତ ଦର୍ଶକ, କଳାକାର ତଥା ଆମନ୍ତ୍ରିତ ଅତିଥି ମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave a Reply

Your email address will not be published. Required fields are marked *