ଭୁବନେଶ୍ୱର,୨୫/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶିଷ୍ଟ ଲେଖକ, ଲୋକନାଟ୍ୟ ଗବେଷକ, ମଞ୍ଚ ନିର୍ଦ୍ଦେଶକ ଓ ନାଟ୍ୟକାର ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ଚଳିତ ବର୍ଷର ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯିବ । ଲୋକସଂସ୍କୃତି ଗବେଷକ, ନାଟ୍ୟକାର, ଅନୁବାଦକ ତଥା ସଂସ୍କୃତି-ସଂଗଠକ ସୁରେଶ ବଳବନ୍ତରାୟଙ୍କ ସ୍ମୃତିରେ ଗଠିତ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ‘ସୁରେଶ ସମାବେଶ’ରେ ଏହି ସମ୍ମାନ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଲୋକସଂସ୍କୃତି, ଲୋକନାଟ୍ୟ ଓ ଲୋକସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ପ୍ରତିଭାଙ୍କୁ ପ୍ରତିବର୍ଷ ‘ସୁରେଶ ସୃଜନ ସମ୍ମାନ’ପ୍ରଦାନ କରାଯାଇ ଆସୁଛି । ଶ୍ରୀ ମୁଣ୍ଡ ବର୍ତ୍ତମାନ ଭବାନୀପାଟଣାସ୍ଥିତ ଜେପିଏସ୍ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି । ଆସନ୍ତା ଡିସେମ୍ବର ୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରେଡ୍କ୍ରସ୍ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଫାଉଣ୍ଡେସନ୍ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ପ୍ରକାଶ କରିଛନ୍ତି ।
ପରମେଶ୍ୱର ମୁଣ୍ଡଙ୍କୁ ମିଳିବ ‘ସୁରେଶ ସୃଜନ ସମ୍ମାନ’
