ଶତାୟୁ ଧର୍ମପ୍ରାଣା ମହିଳା ଗୋଲାପ ମହାନ୍ତିଙ୍କ ପରଲୋକ

 କଟକ, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜା ବେଣ୍ଟକାର ପଞ୍ଚାୟତ ଉପକଣ୍ଠ ଏରଞ୍ଚ ଗ୍ରାମର ଶତାୟୁ ମହିଳା ଗୋଲାପ ମହାନ୍ତିଙ୍କ(୧୦୩) ପରଲୋକ ଗମନ ଘଟିଛି । ସେ ଜଣେ ଧର୍ମ ପରାୟଣା,ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଭାବେ ସ୍ଥାନୀୟ ଅଂଚଳରେବେଶ ପରିଚିତ ଥିଲେ । ମୃତ୍ୟୁ ସମୟରେ ପୁଅ, ବୋହୂ ଓ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସ୍ୱର୍ଗତା ମହାନ୍ତିଙ୍କୁ ବଡ଼ ନାତି ତୁଷାର ମହାନ୍ତି ମୁଖାଗ୍ନି ଦେଇଥିଲେ।
ସୂଚନା ଯୋଗ୍ୟ କି କଟକ ସଦର ଅଂଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ପକ୍ଷରୁ ସ୍ୱର୍ଗତା ଗୋଲାପ ମହାନ୍ତିଙ୍କୁ ଶତାୟୁ ମହିଳା ଭାବେ ଉତରୀୟ,ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଧନା କରାଯିବା ସହ ଆଶିଷ ଭିକ୍ଷା କରିଥିଲେ ସମସ୍ତ କାର୍ୟ୍ୟକର୍ତ୍ତା ବର୍ଗ ।

Leave a Reply

Your email address will not be published. Required fields are marked *