କଟକ,୦୭/୧୧/୨୦୨୪ (ଓଡ଼ିଶା ସମାଚାର)- ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି । ବେଆଇନ୍ ଔଷଧ ସାମଗ୍ରୀ ଓ କଫ୍ ସିରପ ବିକ୍ରି ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ଖୋଳତାଡ ଚାଲିଥିଲା।ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନା ଦୁଇ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଫାର୍ମରୁ ୩୨ ପ୍ରକାରର ବେଆଇନ୍ ଔଷଧ ସହ ବିପୁଳ ପରିମାଣର କଫ୍ ସିରପ ଜବତ୍ ହୋଇଛି। ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି।