ରେଷ୍ଟୋରେଟିଭ୍ ଜଷ୍ଟିସ୍ ସପ୍ତାହ ପାଳନ ଅବସରରେ ଅନ୍ତିମ ଦିନର କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୋସାଇଟ୍ ଫର୍ ନେଚର ଏଜୁକେସନ ଆଣ୍ଡ ହେଲଥ୍ (ସ୍ନେହ)’ ଆନୁକୂଲ୍ୟରେ ରେଷ୍ଟୋରେଟିଭ୍ ଜଷ୍ଟିସ୍ ସପ୍ତାହ ପାଳନ ଅବସରରେ ଅନ୍ତିମ ଦିନର କାର୍ଯ୍ୟକ୍ରମ ଭାବେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କେଶରୀ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ନଭେମ୍ବର ମାସ ତୃତୀୟ ସପ୍ତାହକୁ ସାରା ବିଶ୍ୱରେ ରୋଷ୍ଟୋରେଟିଭ୍ ଜଷ୍ଟିସ୍ ସପ୍ତାହ ଭାବେ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ସ୍ନେହ ଅନୁଷ୍ଠାନ ତରଫରୁ ବିଭିନ୍ନ ସାମାଜର ବର୍ଗ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ପରବର୍ତୀ ସମୟରୁ ସ୍ନେହ ଅନୁଷ୍ଠାନ ଉଭୟ କନ୍ଧମାଳ ଏବଂ ଭୁବନେଶ୍ୱରର ବିଭିନ୍ନ ବସ୍ତି, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନ ମାନଙ୍କରେ ଶାନ୍ତୀ ଓ ସଦଭାବନା ପ୍ରତିଷ୍ଠା ପାଇଁ ବିଭିନ୍ନ ତାଲିମ୍ କାର୍ଯ୍ୟକ୍ରମ କରିଆସୁଛି । ଦ୍ୱନ୍ଦ ସମାଧାନ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସାଲିଆ ସାହି ବସ୍ତିର ୯ଟି ସାହିରେ ୯ଟି ଶାନ୍ତି କମିଟି ଗଠନ କରି ତାହାର ସଭ୍ୟ ଓ ସଭ୍ୟାମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦେଇଆସୁଛି । ଏହି ପ୍ରକ୍ରିୟାରେ ଯଦିଓ ଅନେକ ଗୁଡ଼ିଏ ମାମୁଲି କଳି ଝଗଡ଼ା ବା ଦ୍ୱନ୍ଦ ସମାଧାନ ହୋଇ ସାମୂହିକ ଶାନ୍ତି ଫେରାଇ ଆଣିବା ସମ୍ଭବ ହେଉଛି, କିନ୍ତୁ ପରବର୍ତୀ ସମୟରେ ସେହି ଦ୍ୱନ୍ଦ ପୁଣିଥରେ ସୃଷ୍ଟି ହୋଇ ହିସାଂର ରୂପ ନେଉଛି ।
୨୦୧୭-୧୮ରୁ ସ୍ନେହ ଦ୍ୱନ୍ଦ ସମାଧାନ ଦ୍ୱାରା ଆପୋସ ବୁଝାମଣା ମାଧ୍ୟମରେ ହିଂସା ରୋକିବାକୁ ସକ୍ଷମ ହୋଇପାରିଛି । ମାତ୍ର ଦୀର୍ଘସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ‘ରେଷ୍ଟୋରେଟିଭ ଜଷ୍ଟିସ୍’ ପ୍ରକ୍ରିୟା ପୃଥିବୀର ବିଭିନ୍ନ ଅଂଚଳରେ ଆଦୃତ ହୋଇଉଥିବାରୁ, ସ୍ନେହ ରାଜ୍ୟରେ ପ୍ରଥମ ଥର ପାଇଁ ନ୍ୟାୟ ପ୍ରଦାନର ଏହି ଅଭିନବ ଶୈଳୀକୁ ୨୦୨୧- ୨୦୨୨ରୁ ପ୍ରୟୋଗ କରିଆସୁଛି । ସାଲିଆ ସାହିର ନ୍ୟାୟ ପ୍ରଦାନର ଏହି ୯ଟି ସାହିରେ ସ୍ନେହ ଦ୍ୱାରା ଗଢ଼ାଯାଇଥିବା ଶାନ୍ତି କମିଟିର ସଭ୍ୟମାନଙ୍କୁ ଏହି ନୂତନ କୋ÷ଶଳ ଶିକ୍ଷା ଦିଆଯାଉଛି । ଏହାଦ୍ୱାରା ଉଭୟ ପିଡ଼ିତ / ପିଡ଼ିତା ଏବଂ ଦୋଷୀ ଗୋଷ୍ଠୀର ସକ୍ରିୟ ସହଭାଗିତାରେ ଏକାଠି ବସି ଏକ ସମାଧାନର ପନ୍ଥା ବାହାର କରନ୍ତି । ଏହାଦ୍ୱାରା ଦୋଷୀ ପିଡ଼ିତ / ପିଡ଼ିତାର କରିଥିବା କ୍ଷତି ପାଇଁ ନିଜର ଦାୟୀତ୍ୱ ବହନ କରେ ଏବଂ ଯଥାସାଧ୍ୟ କ୍ଷତି ପୂରଣ ପ୍ରଦାନ କରେ । ଦୋଷୀ ମଧ୍ୟ ନିଜର କର୍ମ ପାଇଁ ଅନୁତାପ କରି ନିଜକୁ ସୁଧାରିବାକୁ ଏକ ସୁଯୋଗ ପାଏ । ଗୋଷ୍ଠୀର ସଭ୍ୟମାନଙ୍କ ସକ୍ରିୟ ଭୂମିକା ଦ୍ୱାରା ସମାଧାନ ହୋଇଥିବାରୁ ଉଭୟ ପିଡ଼ୀତ ଏବଂ ଦୋଷୀର ପରିବାରର ସଦସ୍ୟମାନେ ସେମାନେ ନିଜକୁ ସୁରକ୍ଷୀତ ମନେ କରନ୍ତି ଏବଂ ଏଭଳି ଘଟଣାର ପୂନରାବୃତୀ ନହେବା ପାଇଁ ଉଭୟ ପକ୍ଷ ପ୍ରତିସୃତି ବଦ୍ଧ ହୁଅନ୍ତି । ଏହାଦ୍ୱାରା ଦୋଷୀକୁ ଯେପରି ଘୃଣାର ପାତ୍ର ହେଇଥିଲା ଏବଂ ପିଡ଼ିତ / ପିଡ଼ିତା ଯେଭଳି ଲଜ୍ୟା, ଭୟ ଏବଂ ସଂକୋଚର ବାତାବରଣରେ ରହୁଥିଲେ ତାହା ସବୁଦିନ ପାଇଁ ଦୂରୀଭୂତ ହୋଇଯାଇ ପରସ୍ପର ମଧ୍ୟରେ ସମ୍ପର୍କ ଓ ସଦ୍ଭାବନା ପୁନଃ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି । ଏହି ରେଷ୍ଟୋରେଟିଭ ଜିଷ୍ଟିସ୍ ସମ୍ମୀଳନିକୁ ସ୍ନେହ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣା ଘୋଷ ଏବଂ ଉପଦେଷ୍ଟା ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା ମିଳିତ ଭାବେ ଉପସ୍ଥାପନା କରିଥିଲେ । ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସହକାରୀ ଶ୍ରୀ ଦିବାକର ମାହାଳି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *