ସୁନାବେଡା ଭି ଏସ ବିଦ୍ୟାଳୟର ଛାତ୍ରୀ ପ୍ରୀତିକା ନନ୍ଦ ଇସ୍ରୋ ଯିବା ପାଇଁ ମନୋନୀତ

କୋରାପୁଟ/ ଭୁବନେଶ୍ୱର,୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ସୁନାବେଡା ହାଲ ସହରାଂଚଳ ସ୍ଥିତ ଭି ଏସ ବିଦ୍ୟାଳୟର ଛାତ୍ରୀ ତଥା ହାଲ କର୍ମଚାରୀ ସୂର୍ଯ୍ୟକାନ୍ତ ନନ୍ଦ ଏବଂ ପୂର୍ଣ୍ଣିମାପତି କର ଙ୍କ ସୁକନ୍ୟା ପ୍ରୀତିକା ନନ୍ଦ ଇସ୍ରୋ ଯିବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଟାଟା ଷ୍ଟିଲ ପକ୍ଷରୁ ସପ୍ତଦଶ ତମ ‘ଯୁବ ଜ୍ୟୋର୍ତି ବିଜ୍ଞାନୀ ପ୍ରତିଭା ଅନୁସନ୍ଧାନ ‘ ର ଗ୍ରାଣ୍ଡଫାଇନାଲ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଳାନିଟୋରିୟମ ଅନୁଷ୍ଠିତ ହୋଇଥିଲା । ସମଗ୍ର ଓଙ୍ଗିଶାରୁ ଷାଠିଏ ଜଣ ପ୍ରତିଯୋଗୀ ପ୍ରଥମ ସୋପାନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏଥିମଧ୍ୟରୁ ସୁନାବେଡା ଭି ଏସ ବିଦ୍ୟାଳୟର ଛାତ୍ରୀ ପ୍ରୀତିକା ନନ୍ଦ କୋରାପୁଟ ଜିଲା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ପରୀକ୍ଷାର ଅନ୍ତିମ ସୋପାନରେ କୋଡିଏ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରୀତିକା କୃତକାର୍ଯ୍ୟ ହୋଇ ଇସ୍ରୋ ଯିବାକୁ ମନୋନୀତ ହୋଇଥିବା
ଜଣାପଡିଛି । ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଶିକ୍ଷକ ଜୟନ୍ତ କୁମାର ସାହୁ ଗାଇଡ଼ ଭାବେ ପ୍ରୀତିକାଙ୍କୁ ସହଯୋଗ କରିଥିଲେ । ପ୍ରୀତିକା ଭବିଷ୍ୟତରେ ମହାକାଶ ବିଜ୍ଞାନ ଉପରେ ଅଧିକ ଗବେଷଣା କରି ଜଣେ ମହାକାଶ ବିଜ୍ଞାନୀ ହେବା ପାଇଁ ଦୃଢ଼ ପ୍ରତିଜ୍ଞବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ବି କେ ମିଶ୍ର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ପ୍ରୀତିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *