Big Big Breaking News : ଯାଜପୁରରୁ କାଶ୍ମୀରର ବହୁରୂପି ସନ୍ଦିଗ୍ଧ ଆତଙ୍କୀ ଏସଟିଏଫ ଦ୍ୱାରା ଗିରଫ

ଭୁବନେଶ୍ୱର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- ଯାଜପୁରରୁ କାଶ୍ମୀରର ବହୁରୂପି ସନ୍ଦିଗ୍ଧ ଆତଙ୍କୀ କୁ ଏସଟିଏଫ ଗିରଫ କରିଛି। ଯାଜପୁର ଜିଲ୍ଲା ଧର୍ମଶାଳା ର ନେଉଳପୁର ରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀକୁ ଏସଟିଏଫ ଗିରଫ କରିଛି। ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ୍ ଅଭିଯୋଗରେ ଶନିବାର ଏସଟିଏଫ ସୟଦ ଇଶାନ ବୁଖାରୀକୁ ଗିରଫ କରି ଶହେରୁ ଅଧିକ ଡକ୍ୟୁମେଣ୍ଟ ଜବତ କରିଛି। ଅଭିଯୁକ୍ତ ସୟଦ ଇଶାନ ବୁଖାରୀ ନିଜକୁ ପିଏମଓ ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ନିକଟତମ, ଡ଼ାକ୍ତର ବୋଲି କହିଥିଲା । ଖାଲି ସେତିକି ନୁହେଁ , କାଶ୍ମୀର,ୟୁପି, ମହାରାଷ୍ଟ୍ର ଓ ଓଡିଶାର ୬ ରୁ ୭ ଜଣ ଯୁବତୀଙ୍କୁ ବିବାହ କରିଥିବା ନେଇ ମଧ୍ୟ ସୂଚନା ମିଳିଛି। ଏହାଛଡ଼ା ବିଭିନ୍ନ ୱେବସାଇଟ୍ ଓ ଆପ୍ ରେ ମଧ୍ୟ ଅନେକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା। କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା। ଏହାସହ ଠକେଇ ମାମଲାରେ କାଶ୍ମୀର ପୁଲିସର ୱାଣ୍ଟେଡ୍ ତାଲିକାରେ ଥିଲା। ସନ୍ଦିଗ୍ଧ ଯୁବକ ନିକଟରୁ ବହୁ ପରିମାଣର ଜାଲ୍ ଡକ୍ୟୁମେଣ୍ଟ ଜବତ କରାଯାଇଛି। ଏହାସହ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, ଆଫିଡେଭିଟ୍ ଓ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି। ଗିରଫ ବୁଖାରୀର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି ବୋଲି କ୍ରାଇମ ବ୍ରାଂଚ ଆଇଜି ଜୟନାରାୟଣ ପଙ୍କଜ ଆଇଜି କହିଛନ୍ତି। ୭ ଦିନ ପାଇଁ ରିମାଣ୍ଡରେ ନେଇ ତାକୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *