ବରୀ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଶିବିର ।

ଯାଜପୁର,୨୪/୧୧/୨୦୨୪ (ଓଡ଼ିଶା ସମାଚାର)-ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ  ରବିବାର ଦିନ ବରୀ ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ପ୍ରଥମେ ନିଜର ସକ୍ରିୟ ସଦସ୍ୟ ଗ୍ରହଣ କରିଛନ୍ତି। ପରେ ପରେ ଏହି କାର୍ଯ୍ୟକ୍ରମ ରେ ବରୀ ନିର୍ବାଚନ ମଣ୍ଡଳୀର  ସମସ୍ତ ପଞ୍ଚାୟତ ରୁ ବିଜୁ ପ୍ରେମୀ ସଭ୍ୟ/ସଭ୍ୟା ନିଜର ସଦସ୍ୟତା ଗ୍ରହଣ ଅଭିଯାନରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କମଧ୍ୟରେ  ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ,ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ , ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ ,ଦିଲ୍ଲୀପ  ମହାନ୍ତି ଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ,  ସରପଞ୍ଚ ସମିତି ସଭ୍ୟ ,ଯୁବ ଗୋଷ୍ଠି  ପ୍ରମୁଖ ଯୋଗଦେଇ ସଦସ୍ୟତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ। ସ୍ୱତନ୍ତ୍ର ପ୍ରଶିକ୍ଷକ ଙ୍କ ଦ୍ଵାରା ଡିଜିଟାଲ ସଦସ୍ୟ ପାଇଁ ଯୁବ ଗୋଷ୍ଠୀ ଓ ବିଜେଡି କର୍ମୀଙ୍କୁ ତାଲିମ ମଧ୍ୟ ଦିଆଯାଇଥିଲା ।  ପରେ ବରୀ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ  ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ  ଯାଜପୁର ରେ ଚାଲୁଥିବା ଶାସକ ଦଳର ଜୁଲମଗିରି କୁ ନେଇ ବିଜେପି ଓ ଜିଲ୍ଲା ପୋଲିସ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ବିଜେଡି ନେତା ଭବ ପ୍ରସାଦ ଦାସ ଙ୍କ ଗିରଫଦାରୀ କୁ ଦୃଢ଼ ନିନ୍ଦା କରିବା ସହିତ ଯଦି ଆଗାମୀ ଦିନରେ ଶାସକ ଦଳ ପୋଲିସ ପ୍ରଶାସନ ନ୍ୟାୟ ପ୍ରଦାନ ରେ ପାତର ଅନ୍ତର କରେ ଏହାର କଢ଼ା ଜବାବ ଦିଆଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Leave a Reply

Your email address will not be published. Required fields are marked *