କେନ୍ଦ୍ରାପଡ଼ା,୨୪/୧୧/୨୦୨୪ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚକ୍ରୋଡା ଗ୍ରାମପଂଚାୟତର ମାଗୁରଗଣ୍ଡପାଟଣା ଆଦିବାସୀବସ୍ତିରେ ଶୀତବସ୍ତ୍ର ବଂଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଶୁଣିବା ପରେ ସେଠାରେ ପହଂଚି ଗରୀବ ଆଦିବାସୀ ମହିଳା ଓ ପୁରୁଷମାନଙ୍କୁ ଶୀତବସ୍ତ କମ୍ବଳ ଏବଂ ଝିଅମାନଙ୍କୁ ଚାଦର ବଂଟନ କରିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ଓ ପ୍ରତାପ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ପ୍ରତ୍ୟେକ ବର୍ଷ ଟ୍ରଷ୍ଟ ପକ୍ଷରୁ ଏହି ବସ୍ତିରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦାସଙ୍କ ପରାମର୍ଶ କ୍ର୍ରମେ ଶୀତବସ୍ତ୍ର ପ୍ରଦାନ କରାଯାଇଥାଏ । ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥାଏ ।
ଟ୍ରଷ୍ଟ ପକ୍ଷରୁ ମାଗୁରଗଣ୍ଡପାଟଣା ଆଦିବାସୀ ବସ୍ତିରେ ଶିତବସ୍ତ୍ର ବଂଟନ
