ଜଗତସିଂହପୁର, ୧୮/୧୧/୨୦୨୪ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଯୋଗଦେଇ ଅଧ୍ୟକ୍ଷତା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ବର୍ଷର କାର୍ଯ୍ୟକ୍ରମ ଖସଡ଼ା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଟ୍ଟାରୀ କଲିକତାର ପ୍ରଧାନ ବୈଜ୍ଞାନିକ ଡ଼ କଲ୍ୟାଣ ସୁନ୍ଦର ଦାସ ଓ ଆଂଚଳିକ କୃଷି ଗବେଷଣା କେନ୍ଦ୍ରର ଗବେଷଣା ନିର୍ଦ୍ଦେଶକ ପ୍ରଫେସର ଚନ୍ଦ୍ରମଣି ଖଣ୍ଡା ଆଭାସୀ ମାଧ୍ୟମ ରେ ଯୋଗଦାନ କରିଥିଲେ। ଏଥିରେ ଜାତୀୟ ଧାନ ଗବେଷଣା କେନ୍ଦ୍ର ର ପ୍ରଧାନ ବୈଜ୍ଞାନିକ ଡଃ.ଶ୍ୟାମ ସୁନ୍ଦର ଦାସ ମହାପାତ୍ର ,ଜିଲ୍ଲା କୃଷି ବିଭାଗର ଉପମୁଖ୍ୟ ନିର୍ଦ୍ଦେଶକ ସମଲେଇ ପରିଡ଼ା, ଉଦ୍ୟାନ ବିଭାଗ ଜଗତସିଂହପୁରର ଉପନିର୍ଦ୍ଦେଶକ ଅନୀଲ ସେଠୀ , ପଶୁଚିକିତ୍ସକ ତିର୍ତ୍ତୋଲ ଡ଼ ନମସ୍ୟା ପ୍ରିୟଦର୍ଶିନୀ, ମତ୍ସ୍ୟ ଅଧିକାରୀ ତିର୍ତ୍ତୋଲ ଗୋବିନ୍ଦ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପ୍ରତିନିଧି ପ୍ରିୟଙ୍କା ପଟ୍ଟନାୟକ ପ୍ରମୁଖ ଓ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର କଟକ ଓ କେନ୍ଦ୍ରାପଡ଼ା ଯୋଗଦେଇ ସୁଚିନ୍ତିତ ମତାମତ ଓ ଉପଦେଶ ଦେଇଥିଲେ । ଏହି ଜିଲ୍ଲାର ଚାରି ଜଣ ଅଗ୍ରଣୀ ଚାଷୀ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ମତାମତ ରଖିଥିଲେ। ଏହି ଅବସରରେ ତ୍ରୟ ମାସିକ ସମାଚାର ପତ୍ରିକା, କୃଷିଶ୍ରୀ ସହିତ ଅନ୍ୟାନ୍ୟ ୫ ଗୋଟି ଉପାଦେୟ ପୁସ୍ତକ ଉନ୍ମୋଚନ ହୋଇଥିଲା ।ବୈଠକରେ ବନ୍ୟା ସହଣୀ ଧାନ କିସମ, ଲୁଣା ଧାନ କିସମ,ଲବଣତ୍ଵ ମୃତ୍ତିକା ପରିଚାଳନା, ନଡ଼ିଆ ଚୋପା ଛଡା ଯନ୍ତ୍ର,ଗୁଣ୍ଡୁରି ଚଢ଼େଇ ଚାଷ, ପ୍ରାକୃତିକ କୃଷି , ଛତୁ ର ବିକ୍ରିବଟା, ନଡ଼ିଆ ଓ ଗୁଆ ର ରୋଗ ପୋକ ପରିଚଳନl ,ମାଣ୍ଡିଆ ଚାଷର ସମ୍ପ୍ରସାରଣ ଆଦି ବିଷୟରେ ଆଲୋଚନା ହୋଇଥିଲ। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୈଠକ ରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଟି କୁ ସାଫଲ୍ୟମଣ୍ଡିତ କରିଥିଲେ।