ବରିଷ୍ଠ ବିଜେପି ନେତା ସମୀର ଦେ’ ଙ୍କ ପରଲୋକ ରେ ଆଜି ବାଲିଯାତ୍ରାରେ ବନ୍ଦ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ 

କଟକ ସଦର, ୧୮/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ଜିଲ୍ଲା ପୁନଙ୍ଗ ଗ୍ରାମର ମୂଳ ବାସିନ୍ଦା ତଥା କଟକ ର ବରିଷ୍ଠ ସମାଜସେବୀ, ରାଜ୍ୟ ଵିଜେପି ର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କ ପରଲୋକ ରେ ଆଜି କଟକ ର ଐତିହାସିକ ବାଲିଯାତ୍ରାରେ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଆଜି ଗୋଟିଏ ଦିନ ପାଇଁ ବନ୍ଦ ରଖିଥିବା ଜଣାଯାଇଛି। କଟକର ସମୀର ଦେ’ ଦାଦା ଭାବେ ସମସ୍ତ ଙ୍କର ସୁଖଦୁଃଖ ର ସାଥୀ ଥିବା ରୁ ତାଙ୍କ ସମ୍ମାନାର୍ଥେ ବାଲିଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖାଯିବା ଜିଲ୍ଲା ପ୍ରଶାସନ ର ଉଚିତ୍ ପଦକ୍ଷେପ ଵୋଲି ସାଧାରଣ ରେ ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ସଂଧ୍ୟାରେ ଦାଦା ଙ୍କ ମର ଶରୀରକୁ ଭୁବନେଶ୍ୱର ବିଧାନସଭା ପରିସର, ବିଜେପି ପାର୍ଟି କାର୍ଯ୍ୟାଳୟ କୁ ନିଆଯାଇଛି ଏଵଂ ସେଠାରୁ ଫେରି କଟକ ସହର ପରିକ୍ରମା କରାଯାଇ ବିଳମ୍ବିତ ରାତିରେ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ଲୋକଙ୍କ ଠାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *