ରାଉରକେଲା,୧୮/୧୧/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)-ରାଉରକେଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କ୍ରୁତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ରାସ୍ଥିତ ବିଜାଡିହି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସାହିତ୍ୟ ସ୍ରୁଜନୀ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଷମା ଏଇଣ୍ଡ ତାଙ୍କର ସଭାପତିତ୍ବ ଅଭିଭାଷଣରେ କହିଲେ ବିଶ୍ରା ଭଳି ଏକ ଉପାନ୍ତ ଅଂଚଳରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କ୍ରୁତି ଘୋର୍ ଶଙ୍କଟ ଦେଇ ଗତି କରୁଥିଲା ବେଳେ ,ରାଉରକେଲା ସାହିତ୍ୟ ସଂସଦର ଏପରି ଉତ୍ସର୍ଗୀକ୍ରୁତ କାର୍ୟ୍ୟ ବେଶ୍ ପ୍ରଶଂସନୀୟ । ପିଲାମାନଙ୍କ ମଧ୍ୟରେ ଆମ ସଂସ୍କ୍ରୁତିର ମାହାତ୍ମକୁ ନେଇ ଆଦାନ ପ୍ରଦାନ ଆମ ପର୍ବପର୍ବାଣୀକୁ ଋଦ୍ଧିମନ୍ତ କରିବ । ସାହିତ୍ୟ ସଂସଦର ସଭାପତି ବିଜୟ କୁମାର ସାହୁ ତାଙ୍କ ଭାଷଣରେ ବୈକୁଣ୍ଠ ଚତୁର୍ଦ୍ଦଶୀ ଓ ବଡ ଓଷା ବିଷୟରେ କହିବାକୁ ଯାଇ କହିଥିଲେ “ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେବାନାଂ ମଧୁସୂଦନଃ” ଏଥିରୁ ଜଣାପଣେ କାର୍ତ୍ତିକ ଏକ ପବିତ୍ର ପୂଣ୍ୟମୟୀ ମାସ । ଏଇମାସ ଏକାଧାରାରେ ଶିବ, ଶକ୍ତି ,ପିତ୍ରୁ ,ମାତ୍ରୁ, ଭ୍ରାତ୍ରୁ, ନାଗ, ଧନ୍ବନ୍ତରୀ ଓ ଶ୍ରୀବିଷ୍ଣୁଙ୍କର ଏକ ପ୍ରିୟ ମାସ । ଏହି ମାସରେ ବିଷ୍ଣୁ କ୍ଷୀର ସାଗରରେ ଯୋଗ ନିଦ୍ରାରେ ଶୟନ କରିଥାନ୍ତି । କାର୍ତ୍ତିକ ମାସରେ ଶଙ୍ଖାସୁର ଦ୍ବାରା ଚୋରି ହୋଇଥିବା ବେଦ ଶ୍ରୀବିଷ୍ଣୁଙ୍କ ଦ୍ବାରା ଉଦ୍ଧାର କରା ଯାଇଥିଲା । ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟ ଏଇମାସରେ ଦେବଦାନବ ଯୁଦ୍ଧରେ ବିଜୟ ଲାଭ କରିଥିଲେ । ଏହି ଭଳି ଅନେକ ପୌରାଣିକ ଗଳ୍ପ ପିଲାମାନଙ୍କୁ ଶୁଣାଇଥିଲେ । ବରେଣ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବାରିକ ପିଲାମାନଙ୍କୁ ବ୍ୟାକରଣ ଓ ଓଡିଆ ଭାଷା ସାହିତ୍ୟରେ ତା’ର ପ୍ରୟୋଗ କିପରି କରାଯିବ, ସେ ସମ୍ବଦ୍ଧରେ ପିଲାମାନଙ୍କୁ ବୁଝାଇଥିଲେ । ଆବାହକ କବି ସୁଶାନ୍ତ କୁମାର ନାୟକ ପିଲାମାନଙ୍କ ମଧ୍ୟରେ ଆମ ଭାଷା ସାହିତ ଓ ସଂସ୍କ୍ରୁତିକୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା କରାଇଥିଲେ । କ୍ରୁତୀ ପ୍ରତିଯୋଗୀଙ୍କୁ ଆସନ୍ତା ମାସ ୧୫ ତାରିଖରେ ହେବାକୁଥିବା ଶିଶୁ ମହୋତ୍ସବରେ ପୁରସ୍କ୍ରୁତ କରାଯିବ । ଶେଷରେ ଶିକ୍ଷକ କେଶବ ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉର୍ମିଳା ଏକ୍କା,ଲୁମେବଶ୍ବରୀ ନାଗ୍,ଆରତି ଶାସିନୀ,ରୋସନ୍ ସୁଜ୍ଞାନି,ବିଶ୍ବଜିତ୍ ସାହୁ,ମମତା ଚୌଧୁରୀ ସଂଯୁକ୍ତା ଜେନା ଆଦି ଶିକ୍ଷକ ଶିକ୍ଷୟିତ୍ରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।