ସୁଜନପୁର ପଂଚାୟତରେ ୭୮ ତମ ସ୍ବାଧିନତା ଦିବସ ଅନୁଷ୍ଟିତ ।

ଯାଜପୁର,୧୬/୮/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କୁମାର କର):-ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଜନପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଅଛି ।

ପଂଚାୟତ ସରପଂଚ ଶ୍ରୀମତୀ ବିଷ୍ଣୁପ୍ରିୟା ମହାକୁଡ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଆଜିର ଦିବସ ଉପରେ ଆଲୋକପାତ କରିଥିଲେ ।ପଂଚାୟତ କୁ ସ୍ୱଚ୍ଛ ରଖିବା ଓ ହର ଘର ତ୍ରିରଙ୍ଗା ପାଇଁ  ପଂଚାୟତ ବାସୀଙ୍କୁ ଅନୁରୋଧ କରିଥିଲେ ।

oplus_2

ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ସମିତି ସଭ୍ୟ ନାରାୟଣ ଜେନା , ପଂଚାୟତ ସଭାପତି ବ୍ରହ୍ମାନନ୍ଦ ପଣ୍ଡା , ପୂର୍ବତନ ସରପଂଚ ଅଶୋକ କୁମାର ମହାନ୍ତି , ସରପଂଚ ପ୍ରତିନିଧି ଗଣେଶ୍ୱର ମହାକୁଡ , ସମସ୍ତ ୱାର୍ଡ ସଭ୍ୟ ସଭ୍ୟା , ପଂଚାୟତ ନାଏବ ସରପଞ୍ଚ ଙ୍କ ସମେତ ବହୁ ଶିକ୍ଷାବିତ୍ , ବୁଦ୍ଧିଜୀବୀ  ଯୋଗ ଦେଇ ପତକା ଉତ୍ତୋଳନ ରେ ସହଯୋଗ କରିଥିଲେ ।

ଏହି ଅବସରରେ ପଂଚାୟତ ର ବରିଷ୍ଠ ଶିକ୍ଷାବିତ୍ ,  ରାଜନୈତିକ ବ୍ୟକ୍ତିତ୍ଵ , ସେନା କର୍ମଚାରୀ ,ସମାଜସେବୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *