ଜଗତସିଂହପୁର, ୦୬/୯/୨୦୨୪ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ରାଧାନଗର ଗ୍ରାମରେ ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରାଧିକରଣ ର ସଚିବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଂଚ, ପାରାଲିଗାଲ ସ୍ୱେଛାସେବୀ ବୃନ୍ଦ,ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ପ୍ରାଧିକରଣ ର ସଚିବ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ଅସୁବିଧା ବୁଝିବା ସହ ଆଇନଗତ ଦିଗ ସମ୍ପର୍କରେ ସଚେତନ କରାଇଥିଲେ । ପ୍ରବାସୀ ଶ୍ରମିକମାନେ ଅଭିଯୋଗ ଉତ୍ଥାପନ କରିଥିଲେ । ଶେଷରେ ପାରାଲିଗାଲ ସ୍ୱେଛାସେବୀ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
