୨୦୪୭ ବିକଶିତ ଭାରତ ଓ ବିକଶିତ ରେଳପ‌ଥ” ଶୀର୍ଷକ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ନିରାକାରପୁର , ୨୦/୦୨/୨୦୨୪ (ଓଡ଼ିଶା ସମାଚାର)-ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆର୍ଯ୍ୟବିହାର ପରିସରରେ ପୂର୍ବତଟ ରେଳପଥ ତରଫରୁ ଅମୃତ ଭାରତ ଷ୍ଟେସନ୍ ଯୋଜନାର ସଫଳତା ପାଇଁ ” ୨୦୪୭ବିକଶିତ ଭାରତ ଓ ବିକଶିତ ରେଳପ‌ଥ” ଶୀର୍ଷକ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ପ୍ରାରମ୍ଭରୁ ବିଦ୍ୟାମନ୍ଦିରର ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନଶୀଳତା, କଳା ଓ ଦକ୍ଷତାର ପ୍ରଦର୍ଶନ କରିବାରେ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ମତ ରଖିଥିଲେ । ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ଛାତ୍ରଛାତ୍ରୀମାନଙ୍କ ଠାରେ ଥିବା ପ୍ରତିଭାର ବିକାଶ ପାଇଁ ପୂର୍ବତଟ ରେଳପଥର ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାମନ୍ଦିରର ୬୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୬ ତାରିଖରେ ଡି.ଆର.ଏମ ଅଫିସ୍ , ଖୋରଧାଙ୍କ ଦ୍ବାରା ସମ୍ମାନୀତ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରତିଯୋଗିତା ରେଳପଥରେ କାର୍ଯ୍ୟରତ ଅଧିକାରୀ ନରେଶ ତାଣ୍ଡିଆଙ୍କ ତତ୍ତ୍ଵାବଧାନରେ ସମ୍ପାଦନ କରାଯାଇଥିଲା । ଆଚାର୍ଯ୍ୟ ପବିତ୍ର କୁମାର ରାଉତରାୟ, ନିହାର ରଞ୍ଜନ ସାମନ୍ତସିଂହାର, ବିନୋଦ କୁମାର ବାରିକ, ସନ୍ଧ୍ୟାରାଣୀ ବାହିନୀପତି, ରଶ୍ମିପ୍ରଭା ପୁରୋହିତଙ୍କ ସହ‌ଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *