ଆଇଏଏସ୍ (IAS) ସ୍ତରରେ ଅଦଳବଦଳ

ଭୁବନେଶ୍ବର,୧୦/୦୪/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଜି ଆଇଏଏସ୍ (IAS) ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ଧରମ ହାଂସଦା ଙ୍କୁ ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ  ହୋଇଛନ୍ତି। ଲିଲି କୁମାରୀ କୁଲୁ ଙ୍କୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି  ଦିଆଯାଇଥିବା ବେଳେ ଆରାଧନା ଦାସଙ୍କୁ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାରଇଛି।

Leave a Reply

Your email address will not be published. Required fields are marked *