କଟକ ସଦର,୨୫/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ କନ୍ଦରପୁର ଆୟତପୁର ରାସ୍ତା ଵୁଣାସାହି ମଲିକ ସାହି ମଝି ନିଛାଟିଆ ଜାଗାରେ ଗତକାଲି ଶୁକ୍ରବାର ରାତିରେ ଏକ ରାହାଜାନୀ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ସୁନା ଗହଣା ଦୋକାନରେ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରୁଥିବା ଆୟତପୁର ର ଜାନକି ମହାରଣା ଙ୍କୁ ମାରାଣାସ୍ତ୍ର ରେ ହାଣି ଲକ୍ଷାଧିକ ଟଙ୍କା ର ସୁନା ଓ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଥିବା ଅଭିଯୋଗ ରୁ ଜଣାଯାଇଛି। ପ୍ରକାଶ ଯେ ସିଆରଆରଆଇ ଥାନା ବିଦ୍ୟାଧରପୁର ବଣିଆ ସାହିର ସନ୍ତୋଷ ମହାରଣା କନ୍ଦରପୁର ଵଜାରରେ ଏକ ଗହଣା ଦୋକାନ କରିଛନ୍ତି।
ସବୁଦିନ ପରି ଶୁକ୍ରବାର ରାତିରେ ଦୋକାନ ବନ୍ଦ କରି ସେଲ୍ସମ୍ୟାନ ଙ୍କୁ ମଟରସାଇକେଲରେ ନେଇ ତାଙ୍କ ଘରେ ଛାଡ଼ିବାକୁ ଯାଉଥିବା ବେଳେ ଦୁର୍ବୃତ୍ତ ମାନଙ୍କ ହାବୁଡ଼ରେ
ପଡ଼ିଥିଲେ। ଦୁଇଟି ମଟରସାଇକେଲ ରେ ଦୁର୍ବୃତ୍ତ ମାନେ ଆସି ଆକ୍ରମଣ କରି ସୁନା ଗହଣା , ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇ କନ୍ଦରପୁର ଥାନା ଦେଇ ଜଗତସିଂହପୁର ରାସ୍ତାରେ ପଳାଇଯାଇଥିଵା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଲୁଟି ନେଇଥିବା ମୋବାଇଲ ଫୋନ୍ କୁ ଦୁର୍ବୃତ୍ତ ମାନେ କନ୍ଦରପୁର ରେଲୱେ ଲେଵଲକ୍ରସିଂ ମୁଣ୍ଡାସାହି ନିକଟରେ ଏକ ମାଟି ଗଦା ଉପରେ ପକାଇଦେଇ ଥିବା ଏଵଂ ତାକୁ ପୋଲିସ ଉଦ୍ଧାର କରି ସିସି ଟିଭି ଫୁଟେଜ ଓ ମୋବାଇଲ ଫୋନ୍ ଟ୍ରାକିଙ୍ଗ ମାଧ୍ୟମରେ ତଦନ୍ତ କୁ ତ୍ୱରାନ୍ୱିତ କରିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ସୁଧିର କୁମାର ବଳିଆର ସିଂହ ଙ୍କ ଠାରୁ ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆୟତ୍ତପୁର ସରପଂଚ ରାକେଶ ବେହେରା ୱ।ର୍ଡ ସଭ୍ୟ ମାନଙ୍କ ସହିତ ଜାନକୀ ମହାରଣାଙ୍କୁ ଭେଟି ସ୍ୱ।ସ୍ଥ୍ୟ।ଵସ୍ଥା ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି।
