କଟକ ସଦର,୧୫ /୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ତଥା ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି,
ଜଣାଶୁଣା ସମାଜସେବୀ, ଶିକ୍ଷାବିତ ପ୍ରଫେସର ମନୋଜ ନାୟକ (ଟୁଟନ) ସଦର ନିର୍ବାଚନ ମଣ୍ଡଳୀର ଅନେକ କାର୍ତ୍ତିକେୟ ପୂଜା ମଣ୍ଡପ ପରିଦର୍ଶନ କରି ଆଶିର୍ଵାଦ ଭିକ୍ଷା କରିବା ସହିତ ସଦରଵାସୀ ଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ତାଙ୍କ ସହିତ ୟୁନିୟନର ଆଗଧାଡିର କାର୍ୟ୍ୟକର୍ତ୍ତା
ମାନଙ୍କ ମଧ୍ୟରେ ସୂଦର୍ଶନ ଜେନା, ଅଭିମନ୍ୟୁ ସାହୁ,ପ୍ରତାପ ରାଉତ, ପ୍ରକାଶ ଚନ୍ଦ୍ର ମାଝି ପ୍ରମୁଖ ବହୁ ସଭ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ପ୍ରଫେସର ନାୟକ ଙ୍କୁ ପୂଜା ମଣ୍ଡପରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ସଭାପତିଙ୍କ ବିଭିନ୍ନ କାର୍ତ୍ତିକେୟ ମଣ୍ଡପ ପରିଦର୍ଶନ
