ସାଲେପୁର, ୧୩/୧୧/୨୦୨୪ (ଓଡିଶା ସମାଚାର / ଅଭୟ ଜେନା )- ସାଲେପୁର ମଣ୍ଡଳ ସ୍ଥରୀୟ ଶିଶୁ ମହୋତ୍ସବ ଓ ବିଜ୍ଞାନ ମେଳା ସାଲେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ମଣ୍ଡଳ ଶିକ୍ଷାଧିକାରୀ ଲଖ୍ୟହିରା ଲାବଣ୍ୟବତୀ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ଜଗବନ୍ଧୁ ଶତପଥୀ,ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅଶୋକ କୁମାର ପତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ରେ ଉଚ୍ଚ ବିଦ୍ୟାଳୟ ସ୍ଥରରୁ ୩୩ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥରରୁ ୫୭ଟି, ପ୍ରାଥମିକ ବିଦ୍ୟାଳୟ ସ୍ଥରରୁ ୨୨ଟିପ୍ରକଳ୍ପ ସ୍ଥାନ ପାଇଥିଲା । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୭ଟି ପ୍ରକଳ୍ପ ଜିଲ୍ଲା ସ୍ଥରକୁ ଉନ୍ନୀତ ହୋଇଛି । କାର୍ୟ୍ୟକ୍ରମ ରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟାକି ଅମିନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ,ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ସି ଆର ସି ସି ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।