ମୌସୁମୀ ସାହିତ୍ୟ ପରିଷଦର ସ୍ୱନକ୍ଷତ୍ର ଦିବସ ପାଳିତ

କେନ୍ଦ୍ରାପଡ଼ା,୧୨/୧୧/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ପରିଷଦ ଓ ପତ୍ରିକାର ସ୍ୱନକ୍ଷତ୍ର ଦିବସ, ପତ୍ରିକା ଉନ୍ମୋଚନ, କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାରୋହର ପ୍ରଥମ ଅଧିବେଶନରେ ଅନୁଷ୍ଠିତ କବିତା ପାଠୋସôବରେ ଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ଡ. ବାସୁଦେବ ଦାସ, କବି ଅନ୍ନପୂର୍ଣ୍ଣା ମହାନ୍ତି ଯୋଗ ଦେଇଥିବା ବେଳେ କବି ପ୍ରେମାନନ୍ଦ ଖଣ୍ଡୁଆଳ ସଭା ପରିଚାଳନା ଓ କବି ସ୍ନିଗ୍ଧା ନାୟକ ଏବଂ କବି ଚାରୁଲତା ଭୂୟାଁ କବିତା ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ପରିଷଦର ସଭାପତି ପ୍ରଫେସର ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ କବି ଡ. ଫନୀ ମହାନ୍ତି ମୁଖ୍ୟ ଅତିଥି, କବି ନିରାକାର ଦାସ ମୁଖ୍ୟବକ୍ତା, ସାହିତି୍ୟକ ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ଯାମିନୀକାନ୍ତ ଦାଶ ଓ ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ । ମୌସୁମୀର ସମ୍ପାଦକ କବି ଡ. ଶ୍ରୀଧର ସାମଲ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସହସମ୍ପାଦକ ଅକ୍ଷୟ କୁମାର ପାଣି ସଭା ସାଳନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବରେ କବି ଶରତ ନାୟକ, ଅଭିରାମ ସାହୁ, ନିକୁଞ୍ଜ ପୃଷ୍ଟି, ରାମକୃଷ୍ଣ ଦାଶ, ଖଗେଶ୍ୱର ମହାନ୍ତି, ଅଜୟ ପାତ୍ର, ମମତା ସାମଲ, ସ୍ୱର୍ଣ୍ଣ ଷଡଙ୍ଗୀ, ଅବନ୍ତୀ ବେହେରା, ମଞ୍ଜୁଶ୍ରୀ ବରାଳ, ଭକ୍ତଚରଣ ମଲ୍ଲ, ନାରାୟଣ ପତି, ମନ୍ମଥ ବରାଳ, ଅମର ରାଉତ, ଗଗନ ଜେନା, ଶ୍ରୀଧର ମହାନ୍ତି, ରତ୍ନାକର ପାତ୍ର, ଅଶୋକ ସାହୁ, ରଞ୍ଜନ ବାଈ, ନିରୁପମା ଦାସ, ରତ୍ନାକର ମଲ୍ଲିକ, ଭରତ ଜେନା, ଗୋଲାପ ରାଉତ, କବିତା ମୁଦୁଲି, ଯାମିନୀ ଦାସ, ଭକ୍ତ ସାହୁ, ଶରତ ରାଉତ ପ୍ରମୁଖ ୫୦ରୁ ଉଦ୍ଧ୍ୱର୍ କବି ଓ କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରି ସମ୍ମାନିତ ହୋଇଥିଲେ । ସାହିତ୍ୟ ଓ ସମାଜସେବା  କ୍ଷେତ୍ରରେ ପାରଦର୍ଶିତା ପାଇଁ ଡ. ବାସୁଦେବ ଦାସ, ଅଜୟ କୁମାର ସାମଲ, ଅଶୋକ କୁମାର ବେହେରା, ସ୍ୱର୍ଣ୍ଣଲତା ଲେଙ୍କା ଓ ସରୋଜ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲାର ସମସ୍ତ ପତ୍ରିକା ସମ୍ପାଦକ ଶଶିକାନ୍ତ ଦାସ, ବନମାଳୀ ସେନାପତି, ସରୋଜ କୁମାର ମହାନ୍ତି, ଲକ୍ଷ୍ମୀପ୍ରିୟା ମାଇତି, ମନ୍ମଥ ବରାଳ, ସ୍ୱପ୍ନାଂଶୁ ଦାସ, ହରେକୃଷ୍ଣ ବାରିକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । କବି ଚାରୁଲତା ଭୂୟାଁଙ୍କ କବିତା ସଂକଳନ ‘ସମୟର ସ୍ୱର’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା । କବି ବୃନ୍ଦାବନ ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଞ୍ଜୟ କୁମାର ମଲ୍ଲିକ, ନିରଞ୍ଜନ ମେକାପ, ଡ. ଗିରିଶ କୁମାର ପାତ୍ର, ଡ. ପ୍ରଦୀପ୍ତ ଦାଶ, ଡ. ପ୍ରମୋଦ ଦାଶ, ଡ. ପ୍ରଭାକର ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମାବେଶରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *