କଟକ ସଦର,୦୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପାର୍ବଣ ପୂର୍ବରୁ ରାସ୍ତାଘାଟ ମରାମତି କରାଯିବାକୁ ସରକାରଙ୍କ ନିର୍ଦ୍ଦେଶନାମା ବଳବତ୍ତର ଥିବା ବେଳେ କିଶନନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ ତାହା ବାସ୍ତବରେ ଧର୍ମକୁ ଆଖିଠାର ସଦୃଶ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ଗଡମା ଠାରୁ କିଶନନଗର ପର୍ଯ୍ୟନ୍ତ ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ଟି ଏଵେ ଖାଲଖମାରେ ପରିପୂର୍ଣ୍ଣ ହୋଇ ମରଣ ଯନ୍ତା ପାଲଟିଛି।
ଯେଉଁଥିପାଇଁ ପ୍ରତ୍ୟୋକ ଦିନ ଲୋକମାନେ ଦୂର୍ଘଟଣା ର ଶୀକାର ହେଉଥିବା ଅଭିଯୋଗ ହେଉଛି। ଲୋକଙ୍କ ଅଭିଯୋଗ ପରେ ବିଭାଗ ପକ୍ଷରୁ ଖାଲଖମାରେ ନାମକୁ ମାତ୍ର କିଛି ଡଷ୍ଟ ଛିଞ୍ଚା ଯାଇଥିବା ରୁ ରାସ୍ତା ର ଅଵସ୍ଥା ଆହୁରି ଶୋଚନୀୟ ହୋଇପଡିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଦଳମତ ନିର୍ବିଶେଷରେ ଲୋକମାନେ ରାଜରାସ୍ତାକୁ ପ୍ରତିବାଦ ପାଇଁ ଓହ୍ଲାଇଵେ ବୋଲି ଜଣାପଡିଛି।
